ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ସାନକୁଶସ୍ଥଳୀ ଗାଁ ରେ ଜୈନିକ ବ୍ୟକ୍ତିଙ୍କ ଘରେ ଚୋରାରେ ମଦ ବିକ୍ରି କରାଯାଉଥିବା ଖବର ପାଇ ଅବକାରୀ ବିଭାଗ କର୍ମଚାରୀ ମାଜିଷ୍ଟ୍ରେଟଙ୍କୁ ନେଇ ଚଢ଼ାଉ କରିଥିଲେ ମଧ୍ୟ ଶିଶୁପାଳ ହେବାକୁ ପଡିଥିବା ବେଳେ ପରିବାର ଲୋକ ଅବକାରୀ ବିଭାଗ କର୍ମଚାରୀଙ୍କୁ ଅଟକ ରଖିବା ଓ ପୁଲିସ ପହଞ୍ଚି ସମସ୍ତଙ୍କୁ ସେଠାରୁ ମୁକୁଲାଇଥିବା ଥିବା ପରି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଆଜି ସକାଳେ ଅବକାରୀ ବିଭାଗ ସାନକୁଶସ୍ଥଳୀ ଗ୍ରାମରେ ଏକ ଘରେ ଚୋରାରେ ବିଦେଶୀ ମଦ ବିକ୍ରି ହେଉଥିବା ଜଣାପଡିବା ପରେ ଦୁଇ ଜଣ କନଷ୍ଟେବଳ ଗ୍ରାହକ ସାଜି ବ୍ୟକ୍ତିଙ୍କ ଠାରୁ ମଦ କିଣିଥିଲେ। ଏହାପରେ ଅବକାରୀ ବିଭାଗ ଓ ଗୁଇନ୍ଦା ବିଭାଗ କର୍ମଚାରୀଙ୍କ ସହ ମାଜିଷ୍ଟ୍ରେଟ ଭାବେ କନିଷି ତହସିଲଦାରଙ୍କୁ ସାଥିରେ ନେଇ ଉକ୍ତ ଘର ଉପରେ ଚଢାଉ କରିବା ବେଳେ ସେଠାରେ ମଦ ପାଇନଥିଲେ। ଏହାକୁ ନେଇ ଘରେ ରହୁଥିବା ପରିବାର ଏହାର ବିରୋଧ କରିବା ସହ ଅବକାରୀ ବିଭାଗ କର୍ମଚାରୀଙ୍କୁ ଏହା ନେଇ ବିରୋଧ କରିବା ସହ ଯୁକ୍ତିତର୍କ କରିଥିଲେ। କଥା ଏପରି ସ୍ଥିତିକୁ ଯାଇଥିଲା ଯେ କୁଆଡେ଼ ଉକ୍ତ ପରିବାରର ଜଣେ ଯୁବକ ଅତ୍ୟଧିକ ରାଗିଯାଇ ଏକ ମାରଣାସ୍ତ୍ର ସାହାଯ୍ୟରେ ଅବକାରୀ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ ମଧ୍ୟ କରିଥିବା ଆଲୋଚନା ହେଉଛି। ଏହା ସହ ଚଢ଼ାଉକୁ ଯାଇଥିବା ମାଜିଷ୍ଟ୍ରେଟ ସମେତ ଅବକାରୀ ବିଭାଗ କର୍ମଚାରୀଙ୍କୁ ପରିବାରର ସଦସ୍ୟମାନେ ଅଟକ ରଖିଥିଲେ।
ଖବର ପାଇ ଘଟଣାସ୍ଥଳରେ ଗୋପାଳପୁର ପୁଲିସ କର୍ମଚାରୀମାନେ ପହଞ୍ଚି ଉତ୍ତ୍ୟକ୍ତ ପରିବାର ସଦସ୍ୟଙ୍କୁ ବୁଝାସୁଝା କରିବା ପରେ ସମସ୍ତେ ଘଟଣା ସ୍ଥଳରୁ ଖାଲି ହାତରେ ଫେରିଥିବା ଜଣାପଡିଛି। ଘଟଣା ନେଇ ଗୋପାଳପୁର ପୁଲିସ ସହ ଯୋଗାଯୋଗ ବେଳେ ଥାନାରେ ଘଟଣା ନେଇ କୈାଣସି ମାମଲା ହୋଇନଥିବା ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ ଯେ ରାଜ୍ୟରେ ଦେଶୀ ଓ ବିଦେଶୀ ମଦ ଦୋକାନ ସଟଡାଉନ ଯୋଗୁଁ ବନ୍ଦ ରହିଥିବା ବେଳେ ଅନେକ ସ୍ଥାନରେ ଚୋରାରେ ମଦ ବିକ୍ରି ଚାଲିଥିବା ଜଣାପଡିଛିି।



