ବେଳାଭୂମି ସମ୍ମୁଖ ଝୁମ୍ପୁଡିଘର ପରିସରରୁ ଝୁଲନ୍ତା ମୃତ ଦେହ ଉଦ୍ଧାର

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ବେଳାଭୂମି ସମ୍ମୁଖରେ ଥିବା ଏକ ଝୁମ୍ପୁଡିଘର ପରିସରରୁ ଜନୈକ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ରେଉସାହି ନିବାସୀ ଏସ.ପ୍ରକାଶ ରାଓ(୫୭) ବୋଲି ପୁଲିସ ସୂଚନା ଦେଇଛି। ମୃତ ପ୍ରକାଶଙ୍କ ଘର ରେଉସାହିରେ ହୋଇଥିଲେ ମଧ୍ୟ ଗତ କିଛି ବର୍ଷ ହେବ ଚେନ୍ନାଇ ରହି କାମ କରୁଥିଲେ। ଗତ ୫ ଦିନ ତଳେ ସେ ଗୋପାଳପୁର ଫେରିଥିଲେ ସୁଦ୍ଧା ରେଉସାହିରେ ରହୁଥିବା ତାଙ୍କ ଭାଇ ଏସ.ଜଗନ୍ନାଥ ରାଓଙ୍କ ଘରକୁ ନ ଯାଇ ବେଳାଭୂମିରେ ରହି ଆସୁଥିଲେ। ଆଜି ସକାଳେ ସ୍ଥାନୀୟ କିଛି ଲୋକ ପ୍ରକାଶଙ୍କ ମୃତ ଦେହ ଝୁଲୁଥିବା ଦେଖି ଜଗନ୍ନାଥଙ୍କୁ ସୂଚନା ଦେଇଥିଲେ। ଜଗନ୍ନାଥ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଚିହ୍ନଟ କରିବା ସହ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ୩/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ବ୍ୟବଚ୍ଛେଦ ପରେ ପୁଲିସ ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରିଛି ଏବଂ ଏହାର ତଦନ୍ତ ଚାଲୁ ରହିଛି ବୋଲି ଆଇଆଇସି ଶ୍ରୀକାନ୍ତ ଖମାରୀ ସୂଚନା ଦେଇଛନ୍ତି।

kalyan agarbati

Comments are closed.