ହୋମଗାର୍ଡକୁ ମାଡ଼ ମାରି ଟଙ୍କା ଓ ମୋବାଇଲ ଲୁଟ୍ ମାମଲା : ୩ ଗିରଫ
ଗୋପାଳପୁର: ଗୋପାଳପୁର ବେଳାଭୂମିରେ କାର୍ଯ୍ୟରତ ହୋମଗାର୍ଡକୁ ମାଡ଼ମାରି ଟଙ୍କା ଓ ମୋବାଇଲ ଲୁଟ୍ କରିବା ଅଭିଯୋଗରେ ପୁଲିସ ୩ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ଭେଙ୍କେଟରାୟପୁର ଗାଁ ର ରାଜୁ ନାୟକ, ନୁଆଁ ଗୋଳାବନ୍ଧ ଗାଁ ର ବି ଜଗମାୟା ଓ ଗୁରୁଣ୍ଠି ବଡ଼ ସାହିର ଏସ ସୁଶାନ୍ତ ବୋଲି ଜଣାପଡିଛି । ବୁଧବାର ଗୋପାଳପୁର ଥାନାର ହୋମଗାର୍ଡ ଜି .ଜଗନ୍ନାଥ ବାତ୍ୟା ଦାନା ଉଦେଶ୍ୟରେ ବେଳାଭୂମିରେ ଡ୍ୟୁଟିରେ ଥିଲେ । ରାତି ପ୍ରାୟ ସାଢେ ୯ ଟା ସମୟରେ ପର୍ଯ୍ୟଟକଙ୍କୁ ବାରଣ କରିବା ନିମନ୍ତେ ବେଳାଭୂମିରେ ବୁଲୁ ଥିବା ବେଳେ ମେ ଫେୟାର ବେଳାଭୂମି ଠାରେ ଅନ୍ଧାର ସ୍ଥାନରେ ୩ଜଣ ବସିରହିଥିବା ସେ ଦେଖି ସେମାନଙ୍କୁ ବାରଣ କରିଥିଲେ । ଏଥିରେ ରାଗିଯାଇ ସେମାନେ ଜଗନ୍ନାଥଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାରପିଟ କରି ତାଙ୍କ ମୋବାଇଲ ଏବଂ ନଗଦ କିଛି ଟଙ୍କା ଛଡାଇ ନେଇ ଚାଲିଯାଇଥିଲେ । ଏହି ସମୟ ରେ ବେଳାଭୂମିରେ ନିୟୋଜିତ ଥିବା ଅନ୍ୟ ପୁଲିସ ସେହି ୩ ଜଣକୁ କାବୁ କରି ଥାନାକୁ ଆଣି ତାଙ୍କ ଠାରୁ ମୋବାଇଲ ଓ ଟଙ୍କା ଉଦ୍ଧାର କରି ହୋମଗାର୍ଡ ଜଗନ୍ନାଥଙ୍କୁ ହସ୍ତାନ୍ତର କରିଥିଲେ । ଜଗନ୍ନାଥଙ୍କ ଅଭିଯୋଗ ମୁତାବକ ପୁଲିସ ଏକ ମାମଲା ରୁଜୁ କରି ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।
Comments are closed.