୬ ହଜାର ରୋଗୀଙ୍କ ସମ୍ପର୍କୀୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ
କଟକ : ସାମୁଦ୍ରିକ ବାତ୍ୟା ‘ଦାନା’ ସମୟରେ କଟକ ଶ୍ରୀରାମ ଚନ୍ଦ୍ର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପକ୍ଷରୁ ରୋଗୀ ସେବା ଯେପରି ବ୍ୟାହତ ନ ହୁଏ ସେଥିପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଯେପରି ଠିକ ଭାବେ ଖାଦ୍ୟପେୟ ପାଇ ପାରନ୍ତି ସେସବୁର ବ୍ୟବସ୍ଥା କରାଯାଇଛି। ଆଜି ହସ୍ପିଟାଲ ପକ୍ଷରୁ ପ୍ରତ୍ୟେକ ରୋଗୀଙ୍କ ସମ୍ପର୍କୀୟଙ୍କୁ ଏକ କିଲୋଗ୍ରାମ ଲେଖାଏଁ ଚୁଡା, ୨୦୦ ଗ୍ରାମ ଗୁଡ, ବିସ୍କୁଟ ଓ ପାଣି ବୋତଲ ବଣ୍ଟନ କରାଯାଇଛି। ସୂଚନାଯୋଗ୍ୟ ହସ୍ପିଟାଲରେ ଆଡ଼ମିସନ ହୋଇଥିବା ପ୍ରାୟ ୬୦୦୦ ରୋଗୀଙ୍କ ସମ୍ପର୍କୀୟଙ୍କୁ ଏହି ଶୁଖିଲା ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଛି। ଏଥିସହ ୧୦୦୦ ଲୋକଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି।
Comments are closed.