ବାତ୍ୟା ‘ଦାନା’ ପ୍ରଭାବ ସମୟରେ ଭଦ୍ରକରେ ଜନ୍ମ ନେଲେ ୭୮ଶିଶୁ

ଭଦ୍ରକ : ବାତ୍ୟା ‘ଦାନା’ର ପ୍ରଭାବ ଅନୁଭୂତ ହେଉଥିବା ସମୟରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ଭଦ୍ରକରେ  ୭୮ଜଣ ନବଜାତକ ଶିଶୁ ଜନ୍ମ ନେଇଛନ୍ତି। ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ମୋଟ ୩୦୩ଜଣ  ଆସନ୍ନ ପ୍ରସବାଙ୍କୁ ଚିହ୍ନଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ୨୬୭ଜଣଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର/ପ୍ରସବ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା।  ଗୁରୁବାର ସନ୍ଧ୍ୟା ଜିଲା ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର କରାଯାଇଥିବା ଆସ୍ନ ପ୍ରସବା ସନ୍ଧ୍ୟା ସୁଦ୍ଧା ୭୮ ଜଣ ନବଜାତକ ଶିଶୁଙ୍କୁ ଜନ୍ମ ନେଇଛନ୍ତି ଓ ସମସ୍ତ ମା ଓ ଶିଶୁ ସୁସ୍ଥ ଅଛନ୍ତି ବୋଲି ସୂଚନା ଦିଆଯାଇଛି।

Comments are closed.