www.samajalive.in
Saturday, December 13, 2025
26.1 C
Bhubaneswar

ପହଞ୍ଚିଲେ ଆମିକସ୍‍ କ୍ୟୁରି

ପୁରୀ : ଶ୍ରୀମନ୍ଦିର ପ୍ରଶାସନିକ ସଂସ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିଯୁକ୍ତ ଆମିକସ୍‍ କ୍ୟୁରି ଗୋପାଳ ସୁବ୍ରମଣ୍ୟମ ଗୁରୁବାର ପୁରୀରେ ପହଞ୍ଚିଛନ୍ତି। ଜିଲାଜଜ୍‍ଙ୍କ ୧୨ଟି ସୁପାରିସ ଉପରେ ସେ ଶ୍ରୀମନ୍ଦିର ପ୍ରଶାସନ ସମେତ ଜଗତ୍‍ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ, ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଏବଂ ଛତିଶା ନିଯୋଗ ସହ ଆଲୋଚନା କରିବେ। ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ପ୍ରସ୍ତାବ ଉପରେ ଶ୍ରୀ ସୁବ୍ରମଣ୍ୟମ ସେବକ, ପ୍ରଶାସନ ଏବଂ ଅଣସେବକଙ୍କଠାରୁ ମତାମତ ସଂଗ୍ରହ କରିବେ। ଏଥିପାଇଁ ବିଭିନ୍ନ ସେବକ ନିଯୋଗ ପ୍ରସ୍ତୁତ ହୋଇ ରହିଛନ୍ତି।
ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ସଂସ୍କାର କମିସନ ଅଧ୍ୟକ୍ଷ ଜଷ୍ଟିସ୍‍ ବିମଳ ପ୍ରସାଦ ଦାସ ଏବଂ ପୁରୀ ଜିଲାଜଜ୍‍ ଅମ୍ବୁଜ ମୋହନ ଦାସଙ୍କୁ ଆମିକସ୍‍
କ୍ୟୁରି ଭେଟିବାର ସମ୍ଭାବନା ରହିଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକ୍ରମେ ଜିଲାଜଜ୍‍ ଶ୍ରୀ ଦାସ ଶ୍ରୀମନ୍ଦିର ପରିଚାଳନା ଓ ଦର୍ଶନ ବ୍ୟବସ୍ଥା ଅନୁଧ୍ୟାନ କରି ୧୨ଟି ସୁପାରିସ କରିଥିଲେ। ସେବକଙ୍କ ବଂଶାନୁକ୍ରମିକ ସେବାସ୍ୱତ୍ୱ ଅଧିକାର ଉଚ୍ଛେଦ, ଧାଡ଼ିଦର୍ଶନ ବ୍ୟବସ୍ଥା, ସେବକଙ୍କ ଦାନଦକ୍ଷିଣା ଆଦାୟ ବନ୍ଦ, ସେବକ ଓ କର୍ମଚାରୀଙ୍କୁ ପରିଚୟପତ୍ର ପ୍ରଦାନ, ରୋଷଶାଳା ଚୁଲି ମନ୍ଦିର ନିୟନ୍ତ୍ରଣକୁ ନିଆଯିବା, ଭକ୍ତ ଓ ସେବକଙ୍କ ପାଇଁ ପୃଥକ ଶୌଚାଳୟ, ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଏକକ ସଂସ୍ଥା ଦ୍ୱାରା ପରିଚାଳନା, ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ସଂଶୋଧନ, ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ ସଂଖ୍ୟା ହ୍ରାସ ଏବଂ ଆକାଉଣ୍ଟାଣ୍ଟ ଜେନେରାଲଙ୍କ ଦ୍ୱାରା ଶ୍ରୀମନ୍ଦିର ଆୟବ୍ୟୟ ଅଡ଼ିଟ୍‍ ପାଇଁ ଜିଲାଜଜ୍‍ ସୁପାରିସ କରିଥିଲେ। କେତେକ ସେବକ ନିଯୋଗ ଏହିସବୁ ସୁପାରିସଗୁଡ଼ିକୁ ବିରୋଧ କରିଛନ୍ତି। ସେବାସ୍ୱତ୍ୱ ଅଧିକାର ଉଚ୍ଛେଦ ଏବଂ ଦାନଦକ୍ଷିଣା ଆଦାୟ ବନ୍ଦ ପ୍ରସ୍ତାବକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ସେବକ ମୁହାଁମୁହିଁ ହୋଇଛନ୍ତି। କେତେକ ସେବକ ନିଯୋଗ ସର୍ବୋଚ୍ଚ ନ୍ୟାୟାଳୟରେ ପକ୍ଷ ହେବାପାଇଁ ଦରଖାସ୍ତ କରିଥିବା ଜଣାପଡ଼ିଛି। ଆମିକସ୍‍ କ୍ୟୁରି ଶ୍ରୀ ସୁବ୍ରମଣ୍ୟମ ୨୨ତାରିଖ ପର୍ଯ୍ୟନ୍ତ ପୁରୀରେ ଅବସ୍ଥାନ କରିବେ। ବିଭିନ୍ନ ଗୋଷ୍ଠୀ ସହ ଆଲୋଚନା କରିବା ପରେ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories