www.samajalive.in
Tuesday, December 9, 2025
23.1 C
Bhubaneswar

ଜନ୍ମମାଟି ସୁଆଣ୍ଡୋରେ ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ସୁଆଣ୍ଡୋ :  ପୁଣ୍ୟଶ୍ଳୋକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ ତମ ଶ୍ରାଦ୍ଧ ଦିବସ ଜନ୍ମମାଟି ସୁଆଣ୍ଡୋରେ ପାଳିତ ହୋଇଯାଇଛି। ପୁଣ୍ୟା​‌ତ୍ମାଙ୍କ ଷଠିଘର ଠାରୁ ଗୋପବନ୍ଧୁ ସ୍ମୃତି ପରିଷଦ ସଭାପତି ଧୀରେନ୍ଦ୍ର ନାଥ ଦାସଙ୍କ ନେତୃତ୍ବରେ ଭାର୍ଗବୀ ଘାଟକୁ ତିଳତର୍ପଣ ଯାତ୍ରା କରାଯାଇଥିଲା। ପୁରୋହିତ ଲକ୍ଷ୍ମିକାନ୍ତ ନନ୍ଦ ବେଦମନ୍ତ୍ର ପାଠ କରି ଗୋପବନ୍ଧୁଙ୍କ ପିତୃ ଓ ମାତୃକୂଳ ତିନିପୁରୁଷଙ୍କୁ ତିଳତଣ୍ଡୁଳ ଫୁଲ ସହିତ ଅର୍ଘ୍ୟ ଅର୍ପଣ କରାଯାଇଥିଲା। ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ଜିଲାପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ସରପଞ୍ଚ ଦୁଶାସନ ପ୍ରଧାନ, ଉତ୍କଳ ସ୍ୱାଭିମାନ ମଞ୍ଚ ପକ୍ଷରୁ ବାସୁଦେବ ସାହୁ, ପିପିଲି ସଚେତନ ନାଗରିକ ମଞ୍ଚ ରମେଶଚନ୍ଦ୍ର ଶତପଥୀ ପ୍ରମୁଖ କର୍ମକର୍ତ୍ତା, ଖେଳ ଶିକ୍ଷକ ସୁରେଶ ସ୍ୱାଇଁ, ବସନ୍ତ କୁମାର ମିଶ୍ର, ସ୍କାଉଟ ଛାତ୍ର ଛାତ୍ରୀ ପ୍ରମୁଖ ଶତାଧିକ ଗୋପବନ୍ଧୁ ପ୍ରେମୀ ତିଳତର୍ପଣ ଯାତ୍ରା ରେ ସାମିଲ ହୋଇଥିଲେ। ଗୋପବନ୍ଧୁଙ୍କ ଦ୍ୱାରା ଲିଖିତ କବିତା ସମବେତ କଣ୍ଠରେ ଗାନ କରାଯାଇ ଥିଲା । ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ପରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories