www.samajalive.in
Saturday, December 6, 2025
15.1 C
Bhubaneswar

ଷଠିଘରୁ ଗୋପବନ୍ଧୁ ଜ୍ୟୋତିକୁ ମେଲାଣି

ସୁଆଣ୍ଡୋ: ପୁଣ୍ୟଶ୍ଳୋକ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଷଠିଘରୁ ଜନ୍ମଜୟନ୍ତୀ ଅବସରରେ ଗୋପବନ୍ଧୁ ଜ୍ୟୋତିକୁ ମେଲାଣି ଦିଆଯାଇଛି । ଦାସ ପରିବାରର କୂଳ ଦେବତା ଶ୍ରୀରାଧା ବିନୋଦ ବିହାରୀ ଦେବଙ୍କ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଏଠାରେ ଅନୁଷ୍ଠିତ ଉତ୍ସବରେ ସକାଳ ସାତଟାରୁ ଜନସମାଗମ ଆରମ୍ଭ ହୋଇଯାଇଥିଲା । ଗ୍ରାମ କଳାକାରମାନଙ୍କ ଦ୍ବାରା ମୃଦଙ୍ଗ ବାଦ୍ୟ ଗୋଟିପୁଅ ନୃତ୍ୟ, ଦୁର୍ଗାମେଢ, ଚଇତି ଘୋଡ଼ା ନୃତ୍ୟ, ଦାସକାଠିଆ ପାଲା, ରାମନୃତ୍ୟ ଭଜନ କୀର୍ତ୍ତନରେ ଗ୍ରାମଦାଣ୍ଡ ଦୁଲୁକିଲା। ଗୋପବନ୍ଧୁ ସ୍ମୃତିପରିଷଦ ଆନୁକୂଲ୍ୟରେ ଆୟୋଜିତ ସ୍ମୃତିଚାରଣ ସଭାରେ ରାଜ୍ୟର ବହୁସଂଖ୍ୟାରେ ଗୁଣୀ ଜ୍ଞାନୀ ବିଦ୍ୱାନ ବ୍ୟକ୍ତିମାନେ ଯୋଗ ଦେଇ ଦାସେ ଆପଣେଙ୍କ ବହୁମୁଖୀ ପ୍ରତିଭାର ତାତ୍ତ୍ଵିକ ସ୍ମୃତିଚାରଣ କରିଥିଲେ । ଦିନ ଏଗାରଟା ବେଳକୁ ଜନସଂଖ୍ୟା ଅସମ୍ଭବ ଭାବେ ବୃଦ୍ଧି ପାଇବାରୁ ସୁଆଣ୍ଡୋ ବ୍ରିଜ୍ କେନାଲବନ୍ଧ ରାସ୍ତା ଓ ନଦୀ ବନ୍ଧ ଘଣ୍ଟା  ଘଣ୍ଟା ଧରି ଗାଡି ମଟର ବାଇକ ସାଇକେଲ ସହ ଲୋକ ଜାମ ହୋଇ ଯାଇଥିଲା । ସତ୍ୟବାଦୀ ପୋଲିସ ଟ୍ରାଫିକ ନିୟନ୍ତ୍ରଣ କରିଥିଲେ। ସ୍ମୃତିପରିଷଦ ପକ୍ଷରୁ ଆୟୋଜିତ ବିଦ୍ୟାର୍ଥୀସେବା କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ବିଜେଡି ଦଳ ତରଫରୁ ଭଜନ ସମାରୋହ କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories