ଗୁଗଲର ନୂଆ ଆପ୍ ଜେମିନି, ମାଗଣାରେ କରିପାରିବେ ଡାଉନଲୋଡ୍
ନୂଆଦିଲ୍ଲୀ : ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗଲ ଭାରତରେ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ନେଇଆସିଛି ନିଜ କୃତ୍ରିମ ବୁଦ୍ଧିମତା ଆପ୍ ଜେମିନି । ଏହାକୁ ବ୍ୟବହାରକାରୀ ଗୁଗଲ ପ୍ଲେ ଷ୍ଟୋରରୁ ମାଗଣାରେ ଡାଉନଲୋଡ୍ କରିପାରିବେ । ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ କୌଣସି ନିର୍ଦ୍ଧାରିତ ଆପ୍ ନାହିଁ କିନ୍ତୁ ସେମାନେ ଗୁଗଲ ଆପର ଉପରେ ଏକ ଟଗଲ୍ ଦିଆଯାଇଛି ଯାହା ଫଳରେ କୃତ୍ରିମ ବୁଦ୍ଧିମତା ଚାଟ୍ ଫିଚର୍ସର ଫାଇଦା ମିଳିବ ।
ଗୁଗଲ ନିଜ ବୋର୍ଡ ଏଆଇ ଚାଟବୋଟର ନାଁ ପରିବର୍ତ୍ତନ କରି ଜେମିନି କରିଦେଇଛି ଏବଂ ଏହି ପରିବର୍ତ୍ତନ ସହିତ ୮ ଫେବୃୟାରୀରେ ଆଣ୍ଡ୍ରଏଡ୍ ଆପ୍ ଲଞ୍ଚ୍ କରିଥିଲା କମ୍ପାନୀ । ସେବେ ଏହି ଆପ୍ କେବଳ ଆମେରିକୀୟ ବ୍ୟବହାରକାରୀଙ୍କ ପାଇଁ ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ଏବେ ଏହା ଭାରତ ସମେତ ୧୫୦ରୁ ଅଧିକ ଦେଶରେ ଇଂରାଜୀ, ଜାପାନୀ ଭାଷାରେ ଉପଲବ୍ଧ ହୋଇଛି । ଓପନଏଆଇ ଏବଂ ଚାଟଜିପିଟିକୁ ଟକ୍କର ଦେବା ପାଇ ଗୁଗଲ ନିଜ ଜେମିନି ଆପର ବଜାର ପ୍ରବେଶ କରାଇଛି ।
ଆପ୍ ଷ୍ଟୋରରେ ଜେମିନି ପାଇଁ କୌଣସି ନିର୍ଦ୍ଧାରିତ ଆପ୍ ନାହିଁ କିନ୍ତୁ ଆଇଓଏସ୍ ବ୍ୟବହାରକାରୀଙ୍କୁ ଗୁଗଲ ଆପରେ ହିଁ ଏକ ନୂଆ ଟଗଲ୍ ଦିଆଯାଉଛି । ଗୁଗଲ ଆପ୍ ଖୋଲିବା ପରେ ଉପରେ ଡାହାଣ ପଟେ ନଜର ଆସୁଥିବା ଟଗଲକୁ ଅନ୍ କରିବା ପରେ ଉପଭୋକ୍ତା ଜେମିନିର ଫିଚର୍ସ ସହିତ ସର୍ଚ୍ଚ କରିପାରିବେ ଏବଂ ସେମାନଙ୍କୁ ଚାଟବୋଟର ଅନୁମତି ମିଳିଯିବ । ଗୁଗଲ ଜଣାଇଛି କି ଜେମିନି ଆପ ଡାଉନଲୋଡ୍ କରିବା ପାଇଁ ଫୋନରେ ଅତିକମରେ ୪ ଜିବି ରାମ୍ ଥିବା ଆବଶ୍ୟକ । ଏହା ବ୍ୟତୀତ ଏହା କେବଳ ଆଣ୍ଡ୍ରଏଡ୍ ୧୨ ବା ଏହାଠୁ ଅଧିକ ଅପଡେଟେଡ୍ ଭର୍ସନରେ ହିଁ କାମ କରିବ ।
Comments are closed.