www.samajalive.in
Sunday, December 7, 2025
14.1 C
Bhubaneswar

ଏମିତି କାମ କରନ୍ତି ଗୁଗଲ୍‌ କର୍ମଚାରୀ; ଭିଡିଓ ଦେଖି ଲୋକେ କହିଲେ- ଖାଇବାକୁ ଯାଉଛ ନା କାମ କରିବାକୁ

ସମାଜ ଡିଜିଟାଲ ଡେସ୍କ: ଗୁଗଲ୍‌ ଦୁନିଆର ସବୁଠୁ ବଡ଼ କମ୍ପାନୀମାନଙ୍କ ମଧ୍ୟରୁ ଗୋଟିଏ। ଯେଉଁଠାରେ କାମ କରିବା ପ୍ରାୟ ପ୍ରତ୍ୟେକ କର୍ମଚାରୀଙ୍କ ସ୍ୱପ୍ନ ହୋଇଥାଏ। ଗୁଗଲ୍‌ରେ କାମ କରିବା କଥା ଶୁଣି ଆପଣଙ୍କୁ କ’ଣ ଲାଗୁଛି, କ’ଣ ସେଠାରେ ସବୁବେଳେ କାମ ହିଁ ଚାଲିଥିବ। ଗୁଗଲର ଇଞ୍ଜିନିୟରମାନେ ମୁଣ୍ଡ ତଳକୁ କାମ କରୁଥିବେ କିମ୍ବା ଦିନସାରା କଲ୍‌ରେ ବ୍ୟସ୍ତ ରହୁଥିବେ। କିନ୍ତୁ ଯଦି ଆପଣ ଗୁଗଲ୍ କର୍ମଚାରୀଙ୍କ କାର୍ଯ୍ୟ ରୁଟିନ୍ ଦେଖିବେ, ତେବେ ଜାଣିଯିବେ ଯେ ଗୁଗଲରେ କାମ କରିବା କେତେ ମଜାଦାର ହୋଇପାରେ। ଜଣେ ଗୁଗଲ୍ କର୍ମଚାରୀ ଇନଷ୍ଟାଗ୍ରାମରେ ନିଜ କାର୍ଯ୍ୟ ରୁଟିନ୍ ଶେୟାର କରିଛନ୍ତି। ଆପଣ ମଧ୍ୟ ଥରୁଟିଏ ନଜର ପକାନ୍ତୁ ଯେ ଗୁଗଲ୍ କାର୍ଯ୍ୟାଳୟ କିପରି ଏବଂ ସେଠାରେ କାମ କିପରି ହୁଏ।


ସଲୋନି ରଖୋଲିଆ ଗୁଗୁଲରେ ନିଜ କାର୍ଯଧାରା ଶେୟାର କରି କହିଛନ୍ତି ଯେ ସକାଳ ୦୯.୨୦ରୁ ତାଙ୍କ ଦିନ ଆରମ୍ଭ ହୋଇଥାଏ। ସେ ସକାଳୁ କାର୍ଯ୍ୟାଳୟକୁ ଯାଇ ନିଜ ଏଜେଣ୍ଡା ସମୀକ୍ଷା କରନ୍ତି ଏବଂ ତା’ପରେ ଗୁଗଲ ଅଫିସରେ ଉପଲବ୍ଧ ଭଳିକି ଭଳି ସୁସ୍ବାଦୁ ଜଳଖିଆ କରିଥା’ନ୍ତି। ଜଳଖିଆ ପରେ ସଲୋନି ଦିନସାରା ବିଭିନ୍ନ ବୈଠକ ଏବଂ କୋଡିଂ ସେସନ୍‌ରେ ଯୋଗ ଦିଅନ୍ତି। ଏହାପରେ ସେ ଏକ ବିରତି ନିଅନ୍ତି ଏବଂ କିଛି ସମୟ ପରେ ସେ ଅଫିସରେ ଥିବା ଜିମ୍‌ରେ ବ୍ୟାୟାମ ଓ କସରତ ଆଦି କରିଥା’ନ୍ତି। ଏହି ପୁରା ଭିଡିଓରେ ଦେଖିବାକୁ ମିଳିଛି ଯେ, ଗୁଗୁଲରେ ଏହାର କର୍ମଚାରୀମାନଙ୍କ ପାଇଁ କେତେ ପ୍ରକାରର ଖାଦ୍ୟ, ପାନୀୟ ଉପଲବ୍ଧ। ଏଥିସହ କର୍ମଚାରୀମାନଙ୍କ କେତେ ସୁବିଧା ଅଛି, ତାହା ମଧ୍ୟ ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି।

- Advertisement -

ଏହି ଭିଡିଓ ଦେଖିବା ପରେ ଅନେକ ୟୁଜର୍‌ ଗୁଗଲରେ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଖାଦ୍ୟ ଦେଖିଲା ପରେ ଭାବୁଛି ଗୁଗଲ୍‌ରେ ହିଁ କାମ କରିବି। ଅନ୍ୟ ଜଣେ ଲେଖିଛନ୍ତି, ପୂର୍ବରୁ ଭାବୁଥିଲି ଯେ ମୁଁ କାମକୁ ଯିବିନାହିଁ କିନ୍ତୁ ଏହି ଭିଡିଓ ଦେଖିବା ପରେ ଲାଗୁଛି ମୁଁ ଗୁଗଲରେ କାମ କରିପାରିବି। ସେହିପରି ଜଣେ ୟୁଜର ଥଟ୍ଟାରେ କହିଛନ୍ତି ଯେ, ଲାଗୁଛି ଏମାନଙ୍କ କାମ କେବଳ ଖାଇବା ଏବଂ ବିରତି ସମୟରେ ଏମାନେ କିଛି କାମ କରନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories