ଟିଟିଲାଗଡ଼ ଷ୍ଟେସନ ନିକଟରେ ମାଲଗାଡ଼ି ଲାଇନଚ୍ୟୁତ

ସମାଜ ଡିଜିଟାଲ ଡେସ୍କ: ବଲାଙ୍ଗୀର ଜିଲା ଟିଟିଲାଗଡ଼ ରେଳ ଷ୍ଟେସନ ନିକଟରେ ଶୁକ୍ରବାର ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ମାଲଗାଡ଼ିର ୩ଟି ବଗି ଟ୍ରେନରୁ ଅଲଗା ହୋଇ ଟ୍ରାକରୁ ଖସିଯାଇଥିଲା। ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି। କିନ୍ତୁ ଦୁର୍ଘଟଣା ଯୋଗୁ ବିଶାଖାପାଟଣା-ରାୟପୁର ରୁଟରେ ଟ୍ରେନ ଚଳାଚଳ ବ୍ୟାହତ ହୋଇଛି। ରେଲଓ୍ବେ ପକ୍ଷରୁ ରୁଟ୍‌ କ୍ଲିୟର କରାଯାଇ ଟ୍ରେନ ଚଳାଚଳ ସ୍ଵାଭାବିକ କରାଯିବାକୁ ଉଦ୍ୟମ ଚାଲିଛି।

Comments are closed.