www.samajalive.in
Sunday, December 7, 2025
26.1 C
Bhubaneswar

ଲାଞ୍ଚ ନେଇ ଗୋଲାମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତ୍ତିକ ଗିରଫ

ଧର୍ମଗଡ: ଗୋଲାମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତ୍ତିକ ଗିରଫ । ଲାଞ୍ଚ ଟଙ୍କା ଜବତ ମାମଲାରେ ଦୀର୍ଘ ୧୮ଘଣ୍ଟା ଧରି ପଚରାଉଚରା ପରେ ଗିରଫ କରିଛି ଭିଜିଲାନ୍ସ । ଅନେକ ତଥ୍ୟ ଭିଜିଲାନ୍ସ ହାତରେ ଲାଗିଥିବା ନେଇ ସୂଚନା ମିଳିଛି । ଗୁରୁବାର ଭବାନୀପାଟଣାରୁ ବୈଠକ ସାରି ସରକାରୀ ଗାଡିରେ ଫେରିବା ବେଳେ ଜାରିଂ ଛକରେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ୪.୯୨ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଥିଲେ ବିଡ଼ିଓ ଅକ୍ଷମିତା କାର୍ତ୍ତିକ । ଏତେ ଟଙ୍କା କେଉଁଠୁ ଆଣିଲେ ଭିଜିଲାନ୍ସ ପଚାରିବାରୁ ଜବତ ଟଙ୍କାର ତଥ୍ୟ ପ୍ରମାଣ ଦେଇପାରିନଥିଲେ ବିଡ଼ିଓ । ଯାହା ଫଳରେ ଆଜି ଭିଜିଲାନ୍ସ ଟିମ୍‍ ତାଙ୍କୁ ଗିରଫ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ବିଭିନ୍ନ ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସର ୪ଜଣିଆ ଟିମ୍‍ ।
ସୂଚନା ଅନୁସାରେ ଅକ୍ଷମିତା ପୂର୍ବରୁ ନବରଙ୍ଗପୁର ଓ ରାୟଗଡା ଜିଲ୍ଲାରେ ନିଯୁକ୍ତ ଥିବା ସମୟରେ ମଧ୍ୟ ଅନେକ ବିଭାଗୀୟ ଜାଲିଆତିରେ ସାମିଲ ହୋଇ କୋଟି କୋଟି ଟଙ୍କା ଲୁଟ କରିଥିବା ସୂଚନା ପାଇଛି ଭିଜିଲାନ୍ସ ବିଭାଗ। ବର୍ତ୍ତମାନ ସୁଦ୍ଧା ମଧ୍ୟ କୋରାପୁଟରେ ଥିବା ପୈତୃକ ବାସଭବନ, ରାୟଗଡ଼ରେ ଥିବା ସ୍ଵାମୀଙ୍କ ଘର , ଗୋଲାମୁଣ୍ଡା ସରକାରୀ ବାସଭବନ ଓ ଭୁବନେଶ୍ୱରରେ ଥିବା ଫ୍ଲାଟରେ ଚଢାଉ ଜାରି ରହିଛି । ଗତକାଲି ବିଡ଼ିଓଙ୍କ ଠାରୁ ନଗଦ ୪ ଲକ୍ଷ୍ୟ ୯୨ ହଜାର ଟଙ୍କା ଜବତ କରାଯାଇଥିବା ବେଳେ ସରକାରୀ ଗାଡିକୁ ମଧ୍ୟ ଜବତ କରିଛି ଭିଜିଲାନ୍ସ ବିଭାଗ। ଚଢାଉ ପରେ ବିଡ଼ିଓଙ୍କ ଅମାପ ସମ୍ପତ୍ତିର ଆକଳନ ହେବ ବୋଲି ସୂଚନା ଦେଇଛି ଭିଜିଲାନ୍ସ । ସେପଟେ ଆଜି ଅପରାହ୍ନ ସୁଦ୍ଧା ଲାଞ୍ଚୁଆ ବିଡ଼ିଓଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ବିଭାଗ ସୂଚନା ଦେଇଛନ୍ତି ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories