www.samajalive.in
Sunday, December 14, 2025
14.1 C
Bhubaneswar

ସମାଜିକ ଏକତା ଓ ସୌହାର୍ଦ୍ଦ୍ୟର ନିଆରା ଉଦାହରଣ ; ଏକାଠି ନୁଆଁ ଖାଇଲେ ୧୦୮ ପରିବାରର ୮ଶହ ସଦସ୍ୟ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍ ଗୋଲାମାଲ ଗ୍ରାମରେ ୧୦୮ଟି ପରିବାରର ୮ଶହ ସଦସ୍ୟ ଏକତ୍ରିତ ହୋଇ ଆନନ୍ଦ ଉଲ୍ଲାସରେ ନୁଆଁଖାଇ ଉତ୍ସବ ପାଳନ କରି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ଏବେ  ପାଶ୍ଚାତ୍ୟ ସଂସ୍କୃତିର ଅନୁପ୍ରବେଶ ଯୋଗୁଁ ସମାଜରେ ସ୍ୱାର୍ଥ ପରତା ଦିନକୁ ଦିନ ବୃଦ୍ଧି ପାଇଁ ଭାରତୀୟ ସାମାଜିକ ସଂସ୍କୃତି, ପରିବାର ବ୍ୟବସ୍ଥା ପ୍ରାଭାବିତ ହେବାରେ ଲାଗିଥିବା ବେଳେ ଏଭଲି ପ୍ରୟାସ ନୂତନ ପିଢିକୁ ବାର୍ତ୍ତା ଦେଇ ଅନୁପ୍ରାଣିତ କରିବ ଅଶା କରାଯାଉଛି।
ସୃଷ୍ଟିର ଆଦ୍ୟ ଗଣପର୍ବ ନୁଆାଁଖାଇ ଅବସରରେ ଗୋଲାମାଲ ଗ୍ରାମର ୧୦୮ ପରିବାର ପକ୍ଷରୁ ପାରମ୍ପାରିକ ରୀତିରେ ସମଲେଶ୍ୱରୀ ମନ୍ଦିରରେ ବିଧିମତେ ପୂଜା ଅର୍ଚ୍ଚନା କରାଯାଇ ନବାନ୍ନ ଲାଗି ହୋଇଥିଲା। ପରିବାରର ୮ଶହ ସଦସ୍ୟ ଅରାଧ୍ୟ ଦେବୀ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ। ଏହାପରେ ପରିବାରର ବରିଷ୍ଠ ସଦସ୍ୟ ସୌକିଲାଲ ସାହୁ, ରଞ୍ଜିତ ସାହୁ,ସଚ୍ଚିତା ସାହୁ, ରୁପିନ୍ଦ୍ର ସାହୁ, ଦୀନବନ୍ଧୁ ବାରିକ ପ୍ରମୁଖଙ୍କ ଠାରୁ ନବାନ୍ନ ଭୋଗ ଗ୍ରହଣ କରି ପ୍ରଣାମ କରିଥିଲେ। ପରିବାରର କନିଷ୍ଠ ମାନେ ବରିଷ୍ଠ ସଦସ୍ୟ ମାନଙ୍କୁ ପ୍ରଣାମ କରି ଆଶୀର୍ବାଦ ପ୍ରାପ୍ତ କରିଥିଲେ । ଏହାପରେ ପରିବାର ସମସ୍ତ ସଦସ୍ୟ ପଂକ୍ତି ଭୋଜନରେ ଏକାଠି ବସି ନୁଆଁଖାଇ ଉପଲକ୍ଷେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଖାଇଥିଲେ। ନୁଆଁଖାଇ ପାଇଁ ପରିବାରର ମହିଳା ମାନେ ପିଠା ପ୍ରସ୍ତୁତ କରିଥିଲେ। ମା ସମଲେଶ୍ୱରୀ ଆମ ପରିବାରକୁ ସବୁଦିନ ଏମିତି ଏକାଠି ରଖିଥାନ୍ତୁ । ଏହି ପରମ୍ପରା ସବୁଦିନ ବଜାୟ ରହିଥାଉ ବୋଲି ପରିବାରର ସଦସ୍ୟ ମାନେ ମା ସମଲେଶ୍ୱରୀ ଙ୍କୁ ପ୍ରାର୍ଥନା କରିଥିଲେ । ସୂଚିତ ଯେ ଗତ ବର୍ଷ ଠାରୁ ଗୋଲାମାଲ ଗ୍ରାମର ୧୦୮ ପରିବାର ଏକାଠି ମିଶି ନୁଆଁଖାଇ ପର୍ବ ପାଳନ କରୁଛନ୍ତି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories