www.samajalive.in
Sunday, December 14, 2025
26.1 C
Bhubaneswar

ରେଙ୍ଗାଲି ବ୍ଳକର ପୁରପଲ୍ଲୀରେ ନୁଆଁଖାଇ ପାଳିତ

ରେଙ୍ଗାଲି :  ପଶ୍ଚିମ ଓଡିଶାର ପ୍ରାଚୀନ ଗଣପର୍ବ ନୁଆଁଖାଇ ଆଜି ରେଙ୍ଗାଲି ବ୍ଳକର ସମସ୍ତ ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ନୁଅଁଖାଇ ଗ୍ରାମାଞ୍ଚଳର ପରିବେଶକୁ ଚଳଚଞ୍ଚଳ ଏବଂ ଉତ୍ସବ ମୁଖର କରିଦେଇଛି। ଏହି ଅବସର ପାରମ୍ପାରିକ ରୀତିରେ ପ୍ରତ୍ୟେକ ଗ୍ରାମର ଦେବଦେବୀ ମନ୍ଦିରରେ ପୂଜା ଅର୍ଚ୍ଚନା କରାଯାଇ ନବାନ୍ନ ଭୋଗ ଲାଗି ହୋଇଥିଲା। ଠିକ୍ ସେହି ପରି ପ୍ରତ୍ୟେକ ଘରେ ମଧ୍ୟ ଇଷ୍ଟଦେବୀ ଦେବାତାଙ୍କୁ ପୂଜା ଅର୍ଚ୍ଚନା ଓ ନାବନ୍ନ ଭୋଗ ଲାଗି ହେଲା ପରେ ସପରିବାର ଏକାଠି ବସି ନବାନ୍ନ ଖାଇଥିଲେ। ସକାଳୁ ଚାଷୀ ମାନେ ଶୌଚ, ସ୍ନାନ ସାରି ଧାନ କ୍ଷେତକୁ ଭଲ ଫସଲ ଆଦାୟ ପାଇଁ ଯାଇ ପୂଜା ଅର୍ଚ୍ଚନା କରି ଜମିରେ କ୍ଷୀର ଢାଲି ଥିଲେ। ନବାନ୍ନ ଭକ୍ଷଣ ପରେ ଅପରାହ୍ନରେ ଜୁହାର୍ ଭେଟ୍ କାର୍ଯ୍ୟକ୍ରମରେ କନିଷ୍ଠମାନେ ବରିଷ୍ଠ ମାନଙ୍କୁ ପ୍ରଣାମ କରି ଆଶୀର୍ବାଦ ଗ୍ରହଣ କରିଥିଲେ । ଗାଁର ମନ୍ଦିର, ଭାଗବତ ଟୁଙ୍ଗି, ମଣ୍ଡପ ଆଦିରେ କିର୍ତ୍ତନ, ଭାଗବତ, ସଂପ୍ରଦା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଯୁବପିଢୀ ଫୁଟବଲ, କ୍ରିକେଟ ଆଦି ଖେଳିଥିବାର ଦେଖିବାକୁ ମିଳିଥିଲା । କେତେକ ସ୍ଥାନରେ ସଙ୍ଗୀତ କାର୍ଯ୍ୟକ୍ରମ ବହୁରୂପୀ ବେଶରେ ଗ୍ରାମ୍ୟ ପରିକ୍ରମା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାର ମଧ୍ୟ ଜଣାପଡିଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories