www.samajalive.in
Saturday, December 6, 2025
15.1 C
Bhubaneswar

୨୧୦୦ ମସିହା ସୁଦ୍ଧା ତରଳି ଯିବ ପୂର୍ବ ଭାଗର ବରଫ

ନୂଆଦିଲ୍ଲୀ: ଗ୍ଲୋବାଲ ୱାର୍ମିଂ ସାରା ବିଶ୍ବର ଏକ ବଡ ସମସ୍ୟା ପାଲଟିଛି । ବିଶ୍ବର ସବୁ ଦେଶ ବର୍ତ୍ତମାନ ଏହି ସମସ୍ୟାକୁ ନେଇ ଆତଙ୍କିତ । କେତେକ ସ୍ଥାନରେ ପ୍ରବଳ ଥଣ୍ଡା ତ ଅନ୍ୟ କେତେକ ସ୍ଥାନରେ ପ୍ରବଳ ଗରମ ଅନୁଭୂତ ହେଉଛି । ୨୧୦ ଜଣ ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟ ଅନୁଯାୟୀ, ଏହି ଶତାବ୍ଦୀର ଶେଷ ବେଳକୁ ହିନ୍ଦୁକୃଷ ପର୍ବତରୁ ଏକ ତୃତୀୟାଂଶରୁ ଅଧିକ ବରଫ ତରଳିଯିବ । ଏହାକୁ ଏସିଆର ୱାଟର ଟାୱାର ମଧ୍ୟ କୁହାଯାଏ ।

ଗ୍ଲୋବାଲ ୱାର୍ମିଙ୍ଗ ୧.୫୦ ସେଲସିୟସରେ ସବୁଠାରୁ ଭଲ ପରିସ୍ଥିତିରେ ରହେ । ଯଦି ଗ୍ଲୋବାଲ ୱାର୍ମିଙ୍ଗ ଏପରି ଅନିୟନ୍ତ୍ରିତ ରୁହେ ତେବେ ପ୍ରାୟ ୯୫ପ୍ରତିଶତ ବରଫ ଶେଷ ହୋଇଯିବ । ଗ୍ଲୋବାଲ ୱାର୍ମିଙ୍ଗ ୧.୫୦ ସେଲସିୟସ ରହିଲେ ମଧ୍ୟ ୨୧୦୦ ମସିହା ବେଳକୁ ଏଠାରୁ ୬୪ ପ୍ରତିଶତ ବରଫ ତରଳି ଯାଇଥିବ । ରିପୋର୍ଟ ଅନୁଯାୟୀ, ପୂର୍ବ ଭାଗରେ ବରଫ ତରଳି ଯିବା ବେଳେ ପଶ୍ଚିମ ହିମାଳୟ (ଜମ୍ମୁ-କଶ୍ମରୀ, ହିମାଚଳ, ଉତ୍ତରଖଣ୍ଡ)ରେ ବରଫର ମାତ୍ରା ଅଧିକ ହୋଇଯିବ । ଏହାର ପ୍ରଭାବରେ ନଦୀର ସ୍ରୋତ ଅଧିକ ହୋଇଯିବ । ଯାହା ଦ୍ବାରା ପ୍ରାକୃତିକ ବିପର୍ଯ୍ୟୟ ଦେବାର ଆଶଙ୍କା କରାଯାଉଛି । ଏହି ରିପୋର୍ଟ ଭାରତର ପୂର୍ବତ୍ତୋର ଅଞ୍ଚଳରେ ଚିନ୍ତା ବଢାଇ ଦେଇଛି ।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories