www.samajalive.in
Saturday, December 6, 2025
16.1 C
Bhubaneswar

ଜନ୍ମ ବାରରୁ ଜାଣନ୍ତୁ ନାରୀମାନଙ୍କ ସ୍ବଭାବ

ଆମେ ଜାଣିଛୁ ଯେ, ବାର ଅନୁଯାୟୀ କେଉଁ ରଙ୍ଗର ପୋଷାକ ପିନ୍ଧିବା ଉଚିତ, କେଉଁ କାମ କରିବା ଉଚିତ। କିନ୍ତୁ ମହିଳାଙ୍କ ପାଇଁ ବାରର କ’ଣ ମହତ୍ତ୍ବ ତାହା ଜାଣିବା ଉଚିତ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ମହିଳାଙ୍କ ସ୍ବଭାବ ଓ ଚରିତ୍ର ଜାଣିବାକୁ ହେଲେ ହସ୍ତରେଖା ଉପରେ ବିଶ୍ବାସ କରିବାକୁ ପଡେ। କିନ୍ତୁ କେତେକଙ୍କ ମତ ଅନୁଯାୟୀ, ଜନ୍ମ ବାରରୁ ମହିଳାଙ୍କ ବିଷୟରେ ଅନେକ କଥା ଜାଣି ହୋଇଥାଏ। ଆସନ୍ତୁ ଜାଣିବା କେଉଁ ବାରରେ ଜନ୍ମ ହେଲେ ମହିଳାମାନଙ୍କ ସ୍ବଭାବ କିପରି ହୋଇଥାଏ …

ରବିବାର : ରବିବାରରେ ଜନ୍ମ ହୋଇଥିବା ନାରୀମାନେ ଭଗବାନଙ୍କ ଉପରେ ଗଭୀର ବିଶ୍ବାସ ରଖିଥାଆନ୍ତି। ଏହି ନାରୀମାନେ ଦାନ ପରି ପୁଣ୍ୟ କାମ କରିବାକୁ ଅଧିକ ପସନ୍ଦ କରିଥାଆନ୍ତି। ଏହାସହ ସେମାନେ ଶକ୍ତିଶାଳୀ ଓ ଶାନ୍ତିପୂର୍ଣ୍ଣ ମନୋଭାବର ହେବା ସହ ଚାଲାକ ମଧ୍ୟ ଅଟନ୍ତି।

- Advertisement -

ସୋମବାର : ସୋମବାର ଦିନ ଜନ୍ମ ହୋଇଥିବା ଝିଅମାନେ ଦେଖିବାକୁ ପାଇଁ ସୁନ୍ଦର ହୋଇଥାଆନ୍ତି। ଏମାନଙ୍କର ମନ ନିର୍ମଳ ହୋଇଥାଏ। ସେମାନେ ମିଠା କଥା କହି ସମସ୍ତଙ୍କ ମନ ଜିତି ନେଇଥାଆନ୍ତି। ସେମାନଙ୍କ ଜୀବନ ସୁଖମୟ ଓ ଶାନ୍ତି ପୂର୍ଣ୍ଣ ହୋଇଥାଏ ।

ମଙ୍ଗଳବାର : ମଙ୍ଗଳବାର ଦିନ ଜନ୍ମ ହୋଇଥିବା ନାରୀମାନେ ସ୍ୱଭାବରେ ସାଧାରଣତଃ ଶକ୍ତ ହୋଇଥାଆନ୍ତି । ସେମାନେ ଶୀଘ୍ର କାହା ଉପରେ ବିଶ୍ୱାସ କରି ପାରନ୍ତି ନାହିଁ । ମିଛ କଥା କହୁଥିବା ଲୋକଙ୍କୁ ଏମାନେ ପସନ୍ଦ କରନ୍ତି ନାହିଁ । ଏହି ନାରୀମାନେ ସର୍ବଦା ଠିକ କଥା କହିଥାଆନ୍ତି ।

ବୁଧବାର : ବୁଧବାର ଜନ୍ମ ହୋଇଥିବା ନାରୀମାନେ ଶିକ୍ଷା କ୍ଷେତ୍ରରେ ବହୁ ଆଗକୁ ଯାଇଥାଆନ୍ତି। କାରଣ ଏମାନଙ୍କ ଉପରେ ମା’ ସରସ୍ୱତୀଙ୍କ ଆର୍ଶୀବାଦ ସବୁବେଳେ ରହିଥାଏ । ଏହି ନାରୀମାନେ ଦେଖିବା ପାଇଁ ସୁନ୍ଦରୀ ହେବା ସହ ହୃଦୟ କୋମଳ ହୋଇଥାଏ। ଏହି ନାରୀମାନେ ଅନେକ କଳାର ଅଧିକାରିଣୀ ହୋଇଥାଆନ୍ତି। ସମସ୍ତ କ୍ଷେତ୍ରରେ ନିଜର ଦକ୍ଷତା ଦେଖାଇବାରେ ସଫଳ ଅଟନ୍ତି।

ଗୁରୁବାର : ଗୁରୁବାର ବାରରେ ଜନ୍ମ ହୋଇଥିବା ନାରୀମାନଙ୍କୁ ସର୍ବଗୁଣ ସଂପୂର୍ଣ୍ଣା କୁହାଯାଇଥାଏ। ଏହି ନାରୀମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବା ସହ ସବୁ କାର୍ଯ୍ୟରେ ସଫଳ ହୋଇଥାଆନ୍ତି। ଏହି ବାରରେ ଜନ୍ମ ହୋଇଥିବା ନାରୀଙ୍କ ଉପରେ ମା’ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ । ତେଣୁ ଏମାନେ ଧନ ସମ୍ପତ୍ତିର ସୁଖ ଭୋଗ କରିଥାଆନ୍ତି ।

ଶୁକ୍ରବାର : ଶୁକ୍ରବାର ଜନ୍ମ ହୋଇଥିବା ନାରୀମାନେ ଚଞ୍ଚଳ ସ୍ୱଭାବର ହୋଇଥାଆନ୍ତି। ଏମାନେ ମଉଜମସ୍ତି କରିବା ପାଇଁ ଭଲ ପାଆନ୍ତି। ଏହାସହ ବିଳାସମୟ ଜୀବନଯାପନ କରିବାକୁ ମଧ୍ୟ ଇଚ୍ଛା କରନ୍ତି। ଏହି ନାରୀମାନଙ୍କ ଚିନ୍ତାଧାର ଓ ଭାବନା ଅତି ଉତ୍ତମ ହୋଇଥାଏ।

ଶନିବାର : ଶନିବାର ଜନ୍ମ ହୋଇଥିବା ନାରୀମାନଙ୍କ ଉପରେ ଭଗବାନ ଶନିଙ୍କ କୃପା ରହିଥାଏ । ଏମାନେ ସ୍ୱଭାବରେ ରାଗି ହୋଇଥିଲେ ମଧ୍ୟ  ନିଜସ୍ୱ ପରିଚୟ ସୃଷ୍ଟି କରିପାରନ୍ତି । ଏମାନେ ସ୍ୱାଭିମାନୀ ଓ ଆତ୍ମନିର୍ଭରଶୀଳ ହୋଇଥାନ୍ତି । ନିଜ କାମକୁ ନିଜେ ପସନ୍ଦ କରିବାକୁ ବହୁତ ଭଲପାଆନ୍ତି । ଅନ୍ୟ କାହା ଉପରେ ନିର୍ଭର କରିବା ଏମାନଙ୍କୁ ପସନ୍ଦ ନୁହେଁ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories