www.samajalive.in
Saturday, December 6, 2025
15.1 C
Bhubaneswar

୫୦ଫୁଟ ବୋରୱେଲ୍‌‌ରେ ପଡିଗଲା ଶିଶୁ କନ୍ୟା: ୧୭ଘଣ୍ଟା ଧରି ଚାଲିଥିଲା ଉଦ୍ଧାର କାର୍ଯ୍ୟ …

ନୂଆଦିଲ୍ଲୀ: ୪୫-୫୦ଫୁଟ ବୋରୱେଲ୍‌‌ ଗାତରେ ପଡିଗଲା ଶିଶୁ କନ୍ୟା। ଶିଶୁକୁ ଉଦ୍ଧାର କରିବାକୁ ୧୬-୧୭ଘଣ୍ଟା ଧରି ଚାଲିଥିଲା ଉଦ୍ଧାର କାର୍ଯ୍ୟ। କିନ୍ତୁ ଦୁଃଖର କଥା ଶନିବାର ଦିନ ଶିଶୁଟିକୁ ମୃତ ଘୋଷଣା କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗୁଜୁରାଟର ଅମରେଲୀ ଜିଲା ସୁରଗାପାରା ଗାଁରେ। ଶନିବାର ଭୋର ୫ଟା ୧୦ ମିନିଟରେ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଥିବା ବେଳେ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ କେନ୍ଦ୍ରମନ୍ତ୍ରୀ ପ୍ରଫୁଲ୍ଲ ପାନସେରିୟା ଗୁଜୁରାଟବାସୀଙ୍କୁ ଖୋଲା ବୋରୱେଲ ବନ୍ଦ କରିବାକୁ ନିବେଦନ କରିଛନ୍ତି। ଶିଶୁକନ୍ୟାକୁ ବୋରୱେଲ ଭିତରୁ ଜୀବିତ ଉଦ୍ଧାର ପାଇଁ ଶୁକ୍ରବାର ରାତି ୧୨ଟା ୩୦ ମିନିଟରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏନଡିଆରଏଫ ଟିମ, ଅଗ୍ନିଶମ ବାହିନୀ ଏବଂ ୧୦୮ ଆମ୍ବୁଲାନ୍ସର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଶନିବାର ସକାଳେ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories