www.samajalive.in
Saturday, December 6, 2025
14.1 C
Bhubaneswar

କାଲି ଠାରୁ ମିଳିବ ଘଟଗାଁ ମା’ତାରିଣୀ ଦର୍ଶନ ; ଏସଓପି ଜାରି

କେନ୍ଦୁଝର : କରୋନା ପାଇଁ ଦୀର୍ଘ ୯ ମାସ ରାଜ୍ୟର ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ବନ୍ଦ ରହିବା ପରେ ଧିରେ ଧିରେ ଅଧିକାଂଶ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲାଯାଇ ସାରିଛି। ସେହିପରି କେନ୍ଦୁଝର ଘଟଗାଁ ସ୍ଥିତ ମା’ତାରିଣୀଙ୍କ ମନ୍ଦିର ଆସନ୍ତା କାଲି ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବ। ମାତ୍ର ବର୍ତ୍ତମାନ ମଧ୍ୟ କରୋନାର ଭୟ ସମ୍ପୂର୍ଣ୍ଣ ଭାବେ ଯାଇନଥିବାରୁ କୋଭିଡ ଗାଇଡ଼ଲାଇନ ଅନୁଯାୟୀ ମା’ଙ୍କ ମନ୍ଦିରକୁ ଖୋଲାଯିବା ସହ ଏଥିପାଇଁ ଏସଓପି ଜାରି କରାଯାଇଛି। ଜାଣନ୍ତୁ ନିୟମଗୁଡ଼ିକୁ
୧- ମନ୍ଦିରର ମା’ଙ୍କ ଦର୍ଶନ ନିମେନ୍ତ ସକାଳ ୮ଟାରୁ ୧୨ଟା୩୦ ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା୩୦ ପର୍ଯ୍ୟନ୍ତ ସମୟ ସ୍ଥିରୀକୃତ କରାଯାଇଛି।
୨- ସମସ୍ତ ଶ୍ରଦ୍ଧାଳୁ, ଭକ୍ତ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର ସହ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି।
୩ – ଥରକେ ୨୫ ରୁ ୩୦ ଭକ୍ତଙ୍କୁ ମନ୍ଦିର ବେଢା ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ।
୪- ୧୦ ବର୍ଷରୁ କମ ବୟସର ପିଲାଙ୍କୁ ମନ୍ଦିର ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ।
୫- ପ୍ରସାଦ ବିକ୍ରି, ଭୋଗ, ଚନ୍ଦନ, ସିନ୍ଦୂର, ଆଦି ମନା ସହ କେବଳ ଦର୍ଶନ ପାଇଁ ହିଁ ଅନୁମତି।
୬- ମନ୍ଦିର ଭିତରେ ଦୋକାନଗୁଡିକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ।
୭ – ମନ୍ଦିର ପରିସରରେ ମାନସିକଧାରୀ ଚୁଳ ସମର୍ପଣ କରିପାରିବେ ନାହିଁ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories