www.samajalive.in
Saturday, December 6, 2025
23.1 C
Bhubaneswar

ମୃତ୍ୟୁ ୨୦୧୧ରେ, କୋଭିଡ ଟିକା ନେଲେ ୨୦୨୧ରେ!

ଅହମଦାବାଦ: ସରକାରଙ୍କଠାରୁ ଜଣେ ବ୍ୟକ୍ତିଙ୍କୁ ପ୍ରଥମ ପାନ ଟିକା ଦିଆଯାଇଥିବା ସମ୍ପର୍କିତ ବାର୍ତ୍ତା ମିଳିବା ପରେ ସମ୍ପୃକ୍ତ ପରିବାର ସଦସ୍ୟ ଚିହିଁକି ଉଠିଛନ୍ତି; କାରଣ ତିନି ବର୍ଷ ପୂର୍ବେ କଥିତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି। ରାଜ୍ୟରେ ଏହା ପ୍ରଥମ ଘଟଣା ନୁହେଁ; ଗତ କିଛି ଦିନ ମଧ୍ୟରେ ଏଭଳି ୧୦ରୁ ଅଧିକ ମାମଲା ସାମ୍ନାକୁ ଆସିଥିବା ପ୍ରକାଶ। ସୂଚନାନୁଯାୟୀ, ଉ​‌େ​‌ପ୍ଲଟା ଗ୍ରାମର ହରଦାସ ଭାଇ କାରିଙ୍ଗିଆ ନାମକ ଜଣେ ବ୍ୟକ୍ତିଙ୍କର ୨୦୧୮ରେ ମୃତ୍ୟୁ ହୋଇଯାଇଛି; କିନ୍ତୁ ନିକଟରେ ତାଙ୍କୁ ଟିକାର ପ୍ରଥମ ପାନ ଦିଆଯାଇଥିବା ନେଇ ପରିବାର ସଦସ୍ୟଙ୍କ ଫୋନ୍‌ରେ ବାର୍ତ୍ତା (ଏସ୍‌ଏମ୍‌ଏସ୍‌) ଆସିଛି; ଯାହାକୁ ପରିବାର ଲୋକେ ବିଶ୍ବାସ କରିପାରୁ ନାହାନ୍ତି।

ସେହିପରି ଦାହୋଦଠାରେ ନଟବରଲାଲ ଦେଶାଇ ନାମକ ଜଣେ ବ୍ୟକ୍ତିଙ୍କର ୨୦୧୧ରେ ମୃତ୍ୟୁ ହୋଇଥିଲେ ମଧ୍ୟ ପରିବାରକୁ ତାଙ୍କ ଟିକାକରଣ ପ୍ରମାଣପତ୍ର ମିଳିବା ନେଇ ବିସ୍ମୟ ପ୍ରକାଶ ପାଇଛି। ଲିମ୍‌ଡିଠାରେ ମଧୁବେନ୍‌ ଶର୍ମା ନାମ୍ନୀ ଜଣେ ମହିଳା ମାର୍ଚ୍ଚରେ ପ୍ରଥମ ପାନ ଟିକା ନେଇଥିଲେ। ଏପ୍ରିଲ ୧୫ରେ ତାଙ୍କର ମୃତ୍ୟୁ ହୋଇଥିଲା। ଏବେ ସେ ମେ ୩୦ରେ ଦ୍ବିତୀୟ ପାନ ଟିକା ନେଇଥିବାର ପ୍ରମାଣପତ୍ର ପରିବାରକୁ ମିଳିଛି। ଏଥିରେ କ୍ଷୁବ୍ଧ ପରିବାର ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାଯାଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories