www.samajalive.in
Saturday, December 6, 2025
15.1 C
Bhubaneswar

ଓଡ଼ିଶାରେ ମୋବାଇଲ୍‍ ସେବା କ୍ଷେତ୍ରରେ ‘ଜିଓ’ ଏକ ନମ୍ବର

ଭୁବନେଶ୍ୱର : ଏକ ବଡ଼ ଧରଣର ସଫଳତା ସ୍ୱରୂପ ରିଲାଏନ୍ସ ଜିଓ ରାଜ୍ୟରେ ସର୍ବାଧିକ ସଂଖ୍ୟକ ମୋବାଇଲ୍‍ ଗ୍ରାହକ ଏବଂ ରାଜସ୍ୱରେ ସିଂହଭାଗ ବଜାର ଅଂଶ ସହିତ ଓଡ଼ିଶାର ଏକ ନମ୍ବର ମୋବାଇଲ୍‍ ସେବା ପ୍ରଦାନକାରୀ ସଂସ୍ଥା ହୋଇପାରିଛି ବୋଲି ନିକଟରେ ପ୍ରକାଶିତ ଭାରତୀୟ ଟେଲିକମ୍‍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଉପଭୋକ୍ତା ତଥ୍ୟରୁ ଜଣାପଡ଼ିଛି।
୨୦୧୬ ସେପ୍ଟେମ୍ବରରେ ରାଜ୍ୟରେ ସେବା ପ୍ରଦାନ ଆରମ୍ଭ କରିଥିବା ରିଲାଏନ୍ସ ଜିଓ ସାଢ଼େ ତିନି ବର୍ଷରୁ କମ୍‍ ସମୟ ଭିତରେ ଏୟାରଟେଲ୍‍କୁ ପଛରେ ପକାଇ ୧.୧୮ କୋଟି ମୋବାଇଲ୍‍ ଗ୍ରାହକ ହାସଲ କରି ରାଜ୍ୟର ଏକ ନମ୍ବର ମୋବାଇଲ ଅପରେଟର ହୋଇପାରିଛି। ସବୁଠୁ ପସନ୍ଦର ନେଟୱର୍କ ଭାବେ ଗ୍ରାହକ ସଂଖ୍ୟାରେ ଦ୍ରୁତ ଅଭିବୃଦ୍ଧି ବଜାୟ ରଖି ରିଲାଏନ୍ସ ଜିଓ ୨୦୧୯ ବର୍ଷରେ ଓଡ଼ିଶାରେ ୩୭ ଲକ୍ଷରୁ ଅଧିକ ନୂଆ ଗ୍ରାହକ ଯୋଡ଼ଥିବା ଟାଇ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି। ରାଜ୍ୟରେ ଯେକୌଣସି ଟେଲିକମ୍‍ ସେବା ପ୍ରଦାନକାରୀଙ୍କ ତୁଳନାରେ ଏହା ସର୍ବାଧିକ। ସମ୍ପୂର୍ଣ୍ଣ ୪-ଜି ନେଟୱର୍କ, ଅପହଞ୍ଚ ଅଞ୍ଚଳଗୁଡ଼ିକରେ ଦ୍ରୁତ ଗତିରେ ୪ଜି ନେଟୱର୍କ ସଂପ୍ରସାରଣ ଏବଂ ଗ୍ରାମାଞ୍ଚଳ ଓ ଅର୍ଧସହରାଚଂଳର ଲୋକମାନଙ୍କ ମଧ୍ୟରେ ଅତ୍ୟଧିକ ଲୋକପ୍ରିୟ ସୁଲଭ ଜିଓ ଫୋନ୍‍-ଭାରତର ସ୍ମାର୍ଟଫୋନ୍‍ ଯୋଗୁଁ ରାଜ୍ୟରେ ଜିଓର ଗ୍ରାହକ ସଂଖ୍ୟାରେ ଦୃତ ବୃଦ୍ଧି ଘଟିଛି।
ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ତଥ୍ୟ ଅନୁଯାୟୀ, ୨୦୧୯ ଡିସେମ୍ବର ୩୧ ସୁଦ୍ଧା ଓଡ଼ିଶାରେ ଏବେ ଜିଓର ୧.୧୮ କୋଟିରୁ ଅଧିକ ମୋବାଇଲ୍‍ ଗ୍ରାହକ ରହିଥିବା ବେଳେ ଏହା ପଛକୁ ଏୟାରଟେଲ୍‍ର ୧.୧୭ କୋଟି, ବିଏସଏନଏଲର ୬୦ ଲକ୍ଷ ଏବଂ ଭୋଡାଫୋନ୍‍ ଆଇଡିଆର ୩୪ ଲକ୍ଷ ମୋବାଇଲ୍‍ ଗ୍ରାହକ ରହିଛନ୍ତି। ଉଭୟ ଗ୍ରାହକ ସଂଖ୍ୟା ଏବଂ ରାଜସ୍ୱ ବଜାର ଅଂଶ ଦୃଷ୍ଟିରୁ ଓଡ଼ିଶାରେ ଅଗ୍ରଣୀ ଥିବା ଜିଓର ରାଜ୍ୟରେ ବର୍ତମାନ ପ୍ରୟ ୩୬% ଗ୍ରାହକ ବଜାର ଅଂଶ ରହିଥିବା ବେଳେ ୫୮% ରାଜସ୍ୱ ବଜାର ଅଂଶ (ଏଜିଆର) ରହିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ଟେଲିକମ୍‍ ନିୟାମକ କର୍ତ୍ତୃପକ୍ଷଙ୍କ ତରଫରୁ ୨୦୧୯ ଅକ୍ଟୋବର- ଡିସେମ୍ବର ତ୍ରୟମାସ ପାଇଁ ଜାରି କରାଯାଇଥିବା ସଦ୍ୟତମ ଆର୍ଥିକ ରିପୋର୍ଟ ଅନୁଯାୟୀ, ଓଡ଼ିଶାର ଟେଲିକମ୍‍ ଓ ଡିଜିଟାଲ୍‍ ସେବା କ୍ଷେତ୍ରରେ ଜିଓ ଏହାର ନେତୃତ୍ୱ ସ୍ଥିତିକୁ ସୁଦୃଢ଼ କରି ମୋଟ ରାଜସ୍ୱରେ ୪୮% ବଜାର ଅଂଶ ଏବଂ ଆଡଜଷ୍ଟେଡ ଗ୍ରସ ରେଭିନ୍ୟ୍ରୁ(ଏଜିଆର)ରେ ୫୮%ରୁ ଅଧିକ ବଜାର ଅଂଶ ହାସଲ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories