www.samajalive.in
Saturday, December 6, 2025
15.1 C
Bhubaneswar

ମୌଜପୁରରେ ସ୍ଥିତି ପରଖିଲେ ଡୋଭାଲ; ଲୋକେ କହିଲେ- ଆପଣ ଆସିବାରୁ ଆମକୁ ସାହସ ମିଳିଲା

ନୂଆଦିଲ୍ଲୀ: ଦିଲ୍ଲୀରେ ହିଂସା ଜାରି ରହିଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଅଜିତ ଡୋଭାଲଙ୍କୁ ଦାୟିତ୍ବ ଦେଇଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ଡୋଭାଲ ବୁଧବାର ହିଂସା ସୃଷ୍ଟି ହୋଇଥିବା ମୌଜପୁର ଅଞ୍ଚଳ ଗସ୍ତ କରି ସେଠାକାର ସ୍ଥିତି ପରଖିଛନ୍ତି। ଏହି ଅବସରରେ ସେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଛନ୍ତି।

ଡୋଭାଲ କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ଲୋକମାନେ ବି ସନ୍ତୁଷ୍ଟ ଅଛନ୍ତି। ପୁଲିସ ନିଜ କାମ କରୁଛି। ଏହା ସହିତ ଡୋଭାଲ ସ୍ଥାନୀୟ ଲୋକଙ୍କୁ କହିଛନ୍ତି, ଆପଣମାନେ ଘରକୁ ଯାଆନ୍ତୁ। ଆପଣଙ୍କ ସୁରକ୍ଷା ଲାଗି ବହୁ ସଂଖ୍ୟକ ଫୋର୍ସ ମୁତୟନ କରାଯାଇଛି। ତେବେ ଡୋଭାଲଙ୍କ ଗସ୍ତ ପରେ ସ୍ଥାନୀୟ ଅଞ୍ଚଳର ଲୋକେ ଆଶ୍ବସ୍ତ ଅନୁଭବ କରିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଡୋଭାଲଙ୍କୁ କହିଥିଲେ, ଆପଣ ଏଠାକୁ ଆସି ଆମକୁ ଆଶ୍ବାସନ ଦେବା ଫଳରେ ଆମମାନଙ୍କୁ ସାହସ ମିଳିଲା। ଏହା ପରେ ଡୋଭାଲ ସେମାନଙ୍କୁ ମିଳିମିଶି ଏକାଠି ରହିବାକୁ ପରାମର୍ଶ ଦେଇଥିଲେ।

- Advertisement -

ପରିସ୍ଥିତି ଅନୁଧ୍ୟାନ କରିବା ପରେ ଡୋଭାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କ୍ୟାବିନେଟକୁ ଏ ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବେ। ଗତ ମଙ୍ଗଳବାର ରାତିରେ ସେ ଜାଫରାବାଦ, ସୀଲମପୁର ଏବଂ ଉତ୍ତର-ପୂର୍ବ ଦିଲ୍ଲୀର ଅନ୍ୟ ଅଞ୍ଚଳଗୁଡ଼ିକୁ ଗସ୍ତ କରିଥିଲେ। ସେସବୁ ଅଞ୍ଚଳରେ ସେ ବିଭିନ୍ନ ସମ୍ପ୍ରଦାୟର ନେତାମାନଙ୍କ ସହିତ ଆଲୋଚନା କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories