www.samajalive.in
Saturday, December 6, 2025
16.1 C
Bhubaneswar

ଜିଓର ୪ଟି ଡାଟା ଭାଉଚରରେ ଦୁଇ ଗୁଣା ଅଧିକ ଡାଟା, ଅତିରିକ୍ତ ଅଣ-ଜିଓ ଟକ୍‍ଟାଇମ୍‍

ଭୁବନେଶ୍ୱର : ମୋବାଇଲ୍‍ ଡାଟା ବ୍ୟବହାରକାରୀଙ୍କୁ ସାହାଯ୍ୟ କରିବାର ପ୍ରତିବଦ୍ଧତା ନେଇ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ସମୟରେ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ସମୟରେ  ଜିଓ ପକ୍ଷରୁ ୪ଜି ଡାଟା ଭାଉଚରରେ ଗ୍ରାହକମାନଙ୍କୁ ମିଳୁଥିବା ଲାଭରେ ଦୁଇ ଗୁଣା ବୃଦ୍ଧି କରାଯାଇଛି। ଏହି ଭାଉଚର୍‍ ଗୁଡ଼ିକରେ ମିଳୁଥିବା ଡାଟା ପରିମାଣକୁ ଦ୍ୱିଗୁଣିତ କରାଯାଇଥିବା ବେଳେ ଅତିରିକ୍ତ ଅଣ-ଜିଓ ଟକ୍‍ଟାଇମ୍‍ର ସୁବିଧା ଯୋଗ କରାଯାଇଛି।
ଅପ୍‍ଗ୍ରେଡ୍‍ କରାଯିବା ପରେ ଜିଓର ୧୧ ଟଙ୍କା, ୨୧ ଟଙ୍କା, ୫୧ ଟଙ୍କା ଓ ୧୦୧ ଟଙ୍କାର ଡାଟା ଭାଉଚରରେ ଏବେ ଯଥାକ୍ରମେ ୮୦୦ ଏମ୍‍ବି, ୨ ଜିବି, ୬ ଜିବି ଓ ୧୨ ଜିବିର ହାଇ ସ୍ପିଡ୍‍ ଡାଟା ମିଳିବ। ଏହି ଭାଉଚର୍‍ଗୁଡ଼ିକରେ ଅଣ ଜିଓ ନମ୍ବରକୁ କଲ୍‍ କରିବା ଲାଗି ଅତିରିକ୍ତ ଟକ୍‍ଟାଇମ୍‍ ଯୋଗ କରାଯାଇଛି। ଏହି ଚାରିଟି ଭାଉଚରରେ ଅଣ ଜିଓ ନମ୍ବରକୁ କଲ୍‍ କରିବା ଲାଗି ଯଥାକ୍ରମେ ୭୫, ୨୦୦, ୫୦୦ ଓ ୧୦୦୦ ମିନିଟ୍‍ର ଅତିରିକ୍ତ ଟକ୍‍ ଟାଇମ୍‍ ପ୍ରଦାନ କରାଯାଉଛି।
ବ୍ୟବସାୟିକ ସଂସ୍ଥାଗୁଡ଼ିକ ସେମାନଙ୍କ କର୍ମଚାରୀମାନଙ୍କୁ ଘରେ ରହି କାର୍ଯ୍ୟ କରିବା ଲାଗି ଉତ୍ସାହିତ କରୁଥିବା ବେଳେ ପ୍ରଯୁକ୍ତି ଜରିଆରେ ସମ୍ପର୍କରେ ରହି ଆଲୋଚନା କରିବା ଏବଂ ଆମୋଦ ପ୍ରମୋଦ ଲାଗି ପରିବାରଗୁଡ଼ିକର ଡାଟା ଆବଶ୍ୟକତା ବଢ଼ିଯାଇଛି। ଜିଓ ଏହାର ୪ଜି ଡାଟା ଭାଉଚର୍‍କୁ ଅପଗ୍ରେଡ୍‍ କରି ବ୍ୟବହାରକାରୀମାନଙ୍କୁ ସହାୟତା ପ୍ରଦାନ କରୁଛି ଏବଂ ଭାରତୀୟମାନେ ଯେଭଳି ନିରବଚ୍ଛିନ ଭାବେ, ପର୍ଯ୍ୟାପ୍ତ ପରିମାଣର ଏବଂ ସୁଲଭ ମୂଲ୍ୟର ଡାଟା ଜରିଆରେ ନିଜର ଯୋଗାଯୋଗ (କନେକ୍ଟିଭିଟି) ଆବଶ୍ୟକତାକୁ ପୂରଣ କରିପାରିବେ ତାହାକୁ ନିଶ୍ଚିତ କରୁଛି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories