www.samajalive.in
Sunday, December 7, 2025
26.1 C
Bhubaneswar

ଆର୍ଥିକ ଅଭିବୃଦ୍ଧି ଉପରେ କରୋନା ମାଡ: ଜିଡିପି ଅଭିବୃଦ୍ଧି ହାର କମାଇଲେ ବିଶ୍ବର ରେଟିଂ ଏଜେନ୍ସି

ନୂଆଦିଲ୍ଲୀ:କରୋନା ମହାମାରୀର ବଡ ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡିବା ଯୋଗୁ ପ୍ରଭାବିତ ହୋଇଛି ଦେଶର ​ମୋଟ ଘରୋଇ ଉତ୍ପାଦ (ଜିଡିପି)।  କରୋନା ମାଡ ଯୋଗୁ ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୈମାସ (ଏପ୍ରିଲ-ଜୁନ୍‌)ରେ ଦେଶର ଜିଡିପି ଅଭିବୃଦ୍ଧି ହାର ୨୩.୯%କୁ ଖସିଆସିବା ନେଇ ଜାତୀୟ ପରିସଂଖ୍ୟାନ କାର୍ୟ୍ୟାଳୟ (ସିଏସ୍‌ଓ) ପକ୍ଷରୁ ତଥ୍ୟ ପ୍ରକାଶ ପାଇବା ପରେ ଏବେ ବିଶ୍ବର ବଡ ବଡ ରେଟିଂ ଏଜେନ୍ସିଗୁଡିକ ଜିଡିପି ଅଭିବୃଦ୍ଧି ହାରରେ ଢ଼େର ହ୍ରାସ ଘଟାଇଛନ୍ତି।

ଗୋଲ୍ଡମ୍ୟାନ୍‌ ସ୍ୟାଚ୍‌ଠାରୁ ଆରମ୍ଭ କରି ଫିଚ୍‌ ସବୁ ରେଟିଂ ଏଜେନ୍ସିଗୁଡିକର ଭାରତୀୟ ଅର୍ଥନୀତିକୁ ​ନେଇ ଆକଳନ ସମାନ। ଆଗକୁ ଦେଶର ଅର୍ଥନୀତି ପାଇଁ ଆସୁଛି ବଡ ବିପଦ। ୨୦୨୦-୨୧ରେ ଦେଶର ଜିଡିପି ଅଭିବୃଦ୍ଧିରେ ହ୍ରାସ ଆକଳନ କରିଛନ୍ତି ଏହି ରେଟିଂ ଏଜେନ୍ସିଗୁଡିକ। ଫିଚ୍‌ର କହିବା ମୁତାବକ ୨୦୨୦-୨୧ରେ ଭାରତର ଜିଡିପିରେ ୧୦.୫% ହ୍ରାସ ଘଟିବାକୁ ଯାଉଛି। ପୂର୍ବରୁ ଏଜେନ୍ସି ପକ୍ଷରୁ କରାଯାଇଥିବା ଆକଳନରେ ଏଥିରେ ୫% ହ୍ରାସ ଘଟିବାକୁ ଯାଉଥିବା କୁହାଯାଇଥିଲା। ତେବେ ଗୋଲ୍ଡମ୍ୟାନ୍‌ ସ୍ୟାଚ୍‌ର ଆକଳନ ଅନୁଯାୟୀ, ଦେଶର ଜିଡିପି ଅଭିବୃଦ୍ଧି ୨୦୨୦-୨୧ରେ ୧୪.୮% ଖସିବ ା ପୂର୍ବରୁ କରିଥିବା ଆକଳନରେ ଏଜେନ୍ସି ଏବେ ମାଇନସ୍‌ ୧୧.୮% ହ୍ରାସ ଘଟିଛି।  ନିକଟରେ ସିଏସ୍‌ଓ ପକ୍ଷରୁ ପ୍ରକାଶିତ ତଥ୍ୟରେ ଜିଡିପିରେ ଉପରୋକ୍ତ ହ୍ରାସ ବିଗତ ୪୦ ବର୍ଷର ଏକ ବୃହତ୍‌ ରେକର୍ଡ।
ଚଳିତ ଆର୍ଥିକବର୍ଷର ଜୁନ୍‌ ​ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧିରେ ୨୩.୯% ହ୍ରାସ ଦେଶର ଅର୍ଥନୀତି ପାଇଁ ଏକ ସତର୍କଘଣ୍ଟି। ତେବେ ବର୍ତ୍ତମାନ ସମୟ ହେଉଛି ଅମଲାତନ୍ତ୍ର ଦ୍ବାରା ଫଳପ୍ରଦ ପଦକ୍ଷେପ ନେବାର ସମୟ ​ବୋଲି କହି ସୋମବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ୍‌ ଚେତାଇ ଦେଇଥିଲେ। ଫିଚ୍‌ର ଆକଳନ ଅନୁଯାୟୀ, ୨୦୨୦-୨୧ରେ ବିଶ୍ବରେ ଜିଡିପି ଅଭିବୃଦ୍ଧି ୪.୪%କୁ ଖସିଆସିବ। ୨୦୨୦-୨୧ରେ ଅଭିବୃଦ୍ଧିରେ ହ୍ରାସ ଯୋଗୁ ଭାରତକୁ ୧୮.୪୪ ଟ୍ରିଲିୟନ୍‌ ଡଲାରର କ୍ଷତି ପହଞ୍ଚିବ ​‌େ​‌​ବ‌ାଲି ଏଜେନ୍ସି କହିଛି।

- Advertisement -

 

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories