www.samajalive.in
Wednesday, December 10, 2025
26.1 C
Bhubaneswar

ଆଇଏମ୍‌ଏଫର ଆକଳନ; ୨୦୨୦-୨୧ରେ ଜିଡିପି ୧୦.୩% ଖସିବ

ୱାଶିଂଟନ୍ : କ​ରୋନା ମହାମାରୀ ଦ୍ବାରା ଭାରତୀୟ ଅର୍ଥନୀତି ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ଏଥିଯୋଗୁ ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧିରେ ୧୦.୩% ହ୍ରାସ ଘଟିବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) କହିଛି। ତେବେ ୨୦୨୧ ବେଳକୁ ଦେଶର ଜିଡିପି ଅଭିବୃଦ୍ଧି ୮.୮%କୁ ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ଥିବା ସଂସ୍ଥା​‌ ପକ୍ଷରୁ କୁହାଯାଇଛି।
୨୦୨୧ ବେଳକୁ ଭାରତର ଅଭିବୃଦ୍ଧି ୮.୮%କୁ ଫେରିବ। ଏହାଫଳରେ ଦେଶ ବିଶ୍ବର ସବୁଠାରୁ ଦ୍ରୁତ ଅଭିବୃଦ୍ଧିକାରୀ ଅର୍ଥନୀତିର ମାନ୍ୟତାକୁ ପୁଣି ଥରେ ହାତେଇପାରିବ। ଏ କ୍ଷେତ୍ରରେ ଭାରତ ଚାଇନାକୁ ଅତିକ୍ରମ କରିବ। କାରଣ ସେ ସମୟରେ ଚାଇନାର ଅଭିବୃଦ୍ଧି ହାର ୮.୨% ରହିଥିବ ବୋଲି ଆଇଏମ୍‌ଏଫ୍‌ ପକ୍ଷରୁ ଏହାର ବିଶ୍ବ ଅର୍ଥନୈତିକ ଆଉଟ୍‌ଲୁକ୍‌ ଶୀର୍ଷକ ରିପୋର୍ଟରେ ଦର୍ଶାଯାଇଛି। ଆଇଏମ୍‌ଏଫ୍‌ ଏବଂ ବିଶ୍ବର ବ୍ୟାଙ୍କର ବାର୍ଷିକ ବୈଠକର ଅବ୍ୟବହିତ ପୂର୍ବରୁ ଉନ୍ମୋଚିତ ହୋଇଥିବା ଏହି ରିପୋର୍ଟରେ ଆହୁରିମଧ୍ୟ କୁହାଯାଇଛି ଯେ, ସମଗ୍ର ବିଶ୍ବରେ ଜିଡିପି ଅଭିବୃଦ୍ଧି ୪.୪%କୁ ହାସ ଘଟିବ। ୨୦୨୧ ବେଳକୁ ଏହା ୫.୨% ଛୁଇଁବ। ଅନ୍ୟପକ୍ଷରେ ୨୦୨୦ରେ ଆମେରିକାର ଜିଡିପି ଅଭିବୃଦ୍ଧିରେ ୫.୮% ହ୍ରାସ ଘଟିବାକୁ ଥିବା ଏଥିରେ କୁହାଯାଇଛି। ତେବେ ଆସନ୍ତାବର୍ଷ ଏଥିରେ ୩.୯% ଅଭିବୃଦ୍ଧି ଘଟିବାକୁ ଥିବା ଜଣାଯାଇଛି। ବିଶ୍ବର ପ୍ରମୁଖ ଅର୍ଥନୀତି ମଧ୍ୟରେ ଚାଇନା ହେଉଛି ଏକ ମାତ୍ର ରାଷ୍ଟ୍ର ଯେ କି ୨୦୨୦ରେ ସକାରାତ୍ମକ ୧.୯% ଅଭିବୃଦ୍ଧି ହାର ଦର୍ଶାଇଛି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories