www.samajalive.in
Wednesday, December 10, 2025
26.1 C
Bhubaneswar

ମ୍ୟାଁମାର ଲିଟିଲ୍‌ମିସ୍‌ ପ୍ରତିଯୋଗିତାରେ ଭାଗନେବେ ବୌଦ୍ଧର ଅନିଷା

ବୌଦ୍ଧ : ଆସନ୍ତା ୨୦୨୧ ଏପ୍ରିଲ ମାସରେ ମିଆଁମାରରେ ହେବାକୁ ଥିବା ଲିଟିଲ୍‌ମିସ୍‌ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ ବୌଦ୍ଧର ଅନିଷା ମେହେର। ଏହାକୁ ମିଆଁମାର ପର୍ଯ୍ୟଟନ ବିଭାଗ ସହାୟତାରେ ଗ୍ଲୋବାଲ ବିୟୁଟି ଇଣ୍ଟରନ୍ୟାସନାଲ ଆୟୋଜନ କରୁଛି। ଏଥିରେ ୩୫ଟି ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଗ୍ଲୋବାଲ ବିୟୁଟି ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସନ ଏବଂ ଇଣ୍ଡିଆନ ଇଣ୍ଟରନ୍ୟାସନାଲ ପାଗେଣ୍ଟ କମ୍ପାନୀ ପକ୍ଷରୁ ଅନ୍‌ଲାଇନ ଫ୍ୟାସନ ଶୋ’ ଅଡିସନରେ ୧୦୦ ପ୍ରତିଯୋଗୀଙ୍କ ମଧ୍ୟରୁ ଟିନ୍‌ (୧୪ ବର୍ଷରୁ କମ ) ବିଭାଗରେ ସର୍ବାଧିକ ନମ୍ବର ରଖି ମିଆଁମାର ଯିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ଅନିଷା। ତାଙ୍କୁ ଜିଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ବୌଦ୍ଧ ସହରର ପ୍ରମୋଦ ମେହେର ଓ ସୁକାନ୍ତୀ ସିଂଙ୍କ କନିଷ୍ଠାକନ୍ୟା ଅନିଷା ପିଲାଟି ଦିନରୁ ନୃତ୍ୟ,ସଂଗୀତ, କଳା, କରାଟେ, ଫ୍ୟାସନ ଶୋ’ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଛନ୍ତି। ସେ ଏବେ ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ​ରେ ୯ମ ଶ୍ରେଣୀର ଛାତ୍ରୀ।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories