ଗୟଳବାଙ୍କ ଆଶ୍ରମ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ସମ୍ମିଳନୀ

ବାଙ୍କୀ : ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ଡମପଡା ବ୍ଲକ ଅଧିନ ଗୟଳବାଙ୍କ ଆଶ୍ରମ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ମୁଖ୍ୟଅତିଥି ଭାବରେ ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟ୍ଟେଲ, ସମ୍ମାନିତ ଅତିଥି ଜିଲ୍ଲାପରିଷଦ ସଦସ୍ୟ ଆଶିଷ ସାହୁ, ସ୍ଥାନୀୟ ସମିତି ସଭ୍ୟା ସକୁନ୍ତଳା ଜେନା, ସରପଞ୍ଚ ସନ୍ତୋଷ କୁମାର ସୁତାର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗଙ୍ଗାଧର ବେହେରା, ସିଆରସିସି ଚକ୍ରଧର ପ୍ରଧାନ ପ୍ରମୁଖ ଯୋଗଦାନ କରି ସମ୍ମିଳନୀ ସମ୍ପର୍କରେ ଆଲୋଚନା କରିଥିଲେ। ଆଶ୍ରମ ବିଦ୍ୟାଳୟରେ ପିଲା ମାନଙ୍କର ରହଣୀ ବ୍ୟବସ୍ଥା, ସ୍ୱଚ୍ଛତା, ଖାଦ୍ୟ ପାନୀୟ ବ୍ୟବସ୍ଥା, ଶୈକ୍ଷିକ ପରିବେଶ ଏବଂ ବିଦ୍ୟାଥୀଙ୍କ ସୁରକ୍ଷା ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ,  କିଭଳି ସ୍ଥିତି ରହିଛି ସେ ସମ୍ପର୍କରେ ଅଭିଭାବକଙ୍କ ସହ ଆଲୋଚନା କରାଯାଇଛି । ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରଶ୍ମୀରାଣୀ ଦାସଙ୍କ ପରିଚାଳନାରେ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ପ୍ରଧାନଶିକ୍ଷକ ଅଶୋକ ଚନ୍ଦ୍ର ସ୍ୱାଇଁ ଅତିଥି ପରିଚୟ ଓ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମରେ ୨ଜଣ ବରିଷ୍ଠ ନାଗରିକଙ୍କୁ ବିଦ୍ୟାଳୟ ପକ୍ଷରୁ ଉତ୍ତରୀୟ ଓ ଫୁଲତୋଡା ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

kalyan agarbati

Comments are closed.