www.samajalive.in
Sunday, November 16, 2025
15.1 C
Bhubaneswar

ପୁଣି ଅମ୍ବାନୀଙ୍କୁ ପଛରେ ପକାଇଲେ ଆଦାନୀ

ନୂଆଦିଲ୍ଲୀ: ପୁଣି ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ ଗୌତମ ଆଦାନୀ। ବ୍ଲୁମବର୍ଗ ବିଲିୟନେୟର୍ସ ଇଣ୍ଡେକ୍ସ ଅନୁସାରେ, ଆଦାନୀ ଗ୍ରୁପ୍‌ ଅଫ୍‌ କମ୍ପାନୀଜ୍‌ର ଅଧ୍ୟକ୍ଷ ଗୌତମ ଆଦାନୀ ପୁଣି ଥରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଭାରତର ସବୁଠୁ ଧନୀ ବ୍ୟକ୍ତି ପାଲଟିଛନ୍ତି। ଅଦାନୀ ବିଶ୍ୱ ରାଙ୍କିଙ୍ଗ୍‌ରେ ଶ୍ରେଷ୍ଠ ୧୨ରେ ସ୍ଥାନ ପାଇଥିବାବେଳେ ଅମ୍ବାନୀ ୧୩ତମ ସ୍ଥାନରେ ରହିଛନ୍ତି। ମୋଟ୍‌ ଆୟ ବୃଦ୍ଧି ସହିତ ଆଦାନୀ ଗ୍ରୁପ୍ ମୁଖ୍ୟ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମଧ୍ୟ ପାଲଟିଛନ୍ତି। ଗତବର୍ଷ ତୁଳନାରେ ଉଭୟ ଆଦାନୀ ଏବଂ ଅମ୍ବାନୀଙ୍କ ରାଙ୍କିଙ୍ଗ୍‌ରେ ଉନ୍ନତି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଗୌତମ ଆଦାନୀଙ୍କ ସମ୍ପତ୍ତି ୭.୬ ବିଲିୟନ ଡଲାର ବୃଦ୍ଧି ପାଇ ୯୭.୬ ବିଲିୟନ ଡଲାରରେ ପହଞ୍ଚିଛି। ଅପରପକ୍ଷେ, ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୯୭ ବିଲିୟନ ଡଲାର ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ତାଙ୍କ ଆୟ ୬୬୫ ମିଲିୟନ ଡଲାର ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ଜାନୁୟାରୀ ୩, ୨୦୨୪ ରେ ଆଦାନୀ-ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଗୌତମ ଆଦାନୀଙ୍କ କମ୍ପାନୀର ଶେୟାର ମୂଲ୍ୟ ଦ୍ରୁତ ଗତିରେ ମଜଭୂତ ହୋଇଛି, ଏହି କାରଣରୁ ତାଙ୍କ ବାର୍ଷିକ ଆୟ ବୃଦ୍ଧି ପାଉଛି। ଆଦାନୀ-ହିଣ୍ଡେନବର୍ଗ ମାମଲାରେ ସେବି ଦ୍ୱାରା କରାଯାଇଥିବା ତଦନ୍ତକୁ ସନ୍ତୋଷଜନକ କହି ସୁପ୍ରିମକୋର୍ଟ ମାର୍କେଟ ନିୟାମକ ସେବିକୁ ମୋଟ ୨୪ରୁ ବାକି ୨ଟି ମାମଲାର ଯାଞ୍ଚ ପାଇଁ ଅତିରିକ୍ତ ୩ ମାସ ସମୟ ଦେଇଛନ୍ତି।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories