www.samajalive.in
Sunday, December 7, 2025
26.1 C
Bhubaneswar

ଆଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ; ଝାଞ୍ଜର ଦୀପରେ ଆଲୋକିତ ହେବ ୩ ରାଜ୍ୟର ଘର ଅଗଣା

ନୂଆଦିଲ୍ଲୀ : ଜାନୁଆରୀ ୨୨ରେ ଆଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ ୩ ରାଜ୍ୟର ଅନେକ ଜିଲାରେ ଝାଞ୍ଜରର ଦୀପରେ ଆଲୋକିତ ହେବ। ହରିୟାଣା ବ୍ୟତୀତ ମହାରାଷ୍ଟ୍ର ଓ ରାଜସ୍ଥାନର ଅଧିକ ଜିଲାରେ ଝାଞ୍ଜରରେ ତିଆରି ହୋଇଥିବା ଦୀପରୁ ୨୨ ଜାନୁଆରୀରେ ଲୋକେ ନିଜ ଘରର ଅଗଣାରେ ଆଲୋକିତ କରିବେ। ଏଥି ପାଇଁ ଅନେକ ଅର୍ଡର ମିଳି ସାରିଛି। ଦୀପ ପ୍ରସ୍ତୁତ କରିବା ପାଇଁ କାମ ମଧ୍ୟ ଆରମ୍ଭ ହୋଇ ସାରିଛି।
ରାହାଣିଆ ଅଞ୍ଚଳରେ ରହୁଥିବା କୁମ୍ଭାର ପରିବାରର ଅନେକ ସଦସ୍ୟ ବହୁ ଦିନ ପୂର୍ବରୁ ୨୨ ଜାନୁଆରୀ ପାଇଁ ଦୀପ ତିଆରି କରୁଛନ୍ତି। ଏହି ପରିବାରଗୁଡିକ ମହାରାଷ୍ଟ୍ର ଏବଂ ରାଜସ୍ଥାନ ପାଇଁ ୧୦ ଲକ୍ଷ ଦୀପ ପାଇଁ ଅର୍ଡର ପାଇଛନ୍ତି। ରାଜସ୍ଥାନରେ ଏହି ଦୀପଗୁଡିକ ଚିରୱା, ସିଙ୍ଗାନା, ଖେତ୍ରି ଓ ଜୟପୁର ଆଖପାଖ ଅଞ୍ଚଳକୁ ପଠାଯିବ।
ବିଭିନ୍ନ ସ୍ଥାନକୁ ୩୦ରୁ ୫୦ ହଜାର ଦୀପ ପଠାଯିବ। ଏଠାରେ ଥିବା କାରିଗରମାନେ ଏପର୍ଯ୍ୟନ୍ତ ୧୧ ଲକ୍ଷରୁ ଅଧିକ ଦୀପ ପାଇଁ ଅର୍ଡର ପାଇଛନ୍ତି। ଜାନୁଆରୀ ୨୦ ପର୍ଯ୍ୟନ୍ତ ଏହି ସବୁ ସ୍ଥାନକୁ ଦୀପ ପଠାଯିବ।
ଝାଞ୍ଜର ଦୀପଗୁଡ଼ିକ କଳା ଏବଂ ହଳଦିଆ ମାଟିରୁ ନିର୍ମିତ। ଏହି ମାଟି କ୍ଷେତର ଚାରିପାଖରୁ ନିଆଯାଏ। କାରିଗର କହିଛନ୍ତି, ମହାରାଷ୍ଟ୍ରରେ ମଧ୍ୟ ଦୀପ ତିଆରି କରାଯାଏ, କିନ୍ତୁ ସେଠାରେ ଥିବା ମାଟି ବାଲି ମିଶ୍ରିତ।ଫଳରେ ଏହା ତେଲ ଶୋଷିବାକୁ ଆରମ୍ଭ କରେ ଓ ଦୀପରେ ସଠିକ୍‌‌ ଭାବେ ରହିନଥାଏ। ମାତ୍ର ଏଠାରେ ମିଳୁଥିବା ଦୀପ କ୍ଷେତ୍ରରେ ଏପରି ହୁଏ ନାହିଁ।

 

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories