www.samajalive.in
Friday, December 5, 2025
26.1 C
Bhubaneswar

ଗୌରୀ ଲଙ୍କେଶ ହତ୍ୟା ମାମଲା: ଅଭିଯୁକ୍ତଙ୍କ ଜାମିନ ଖାରଜ ପାଇଁ ସୁପ୍ରିମକୋର୍ଟଙ୍କ ନୋଟିସ୍‍

 

ଦିଲ୍ଲୀ: ବହୁ ଚର୍ଚ୍ଚିତ ସାମ୍ବାଦିକା ଗୌରୀ ଲଙ୍କେଶ ହତ୍ୟା ମାମଲା । ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ସୁପ୍ରମିକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠରେ ଶୁଣାଣି ବେଳେ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିବାକୁ ନୋଟିସ ଜାରି କରାଯାଇଛି । ଗୌରୀଙ୍କ ଭଉଣୀ କବିତା ଲଙ୍କେଶ ଆବେଦନ କରିଥିବା ଏକ ମାମଲାର ଶୁଣାଣି କରି ଏହି ମାମଲାରେ ଜରେ ଅଭିଯୁକ୍ତ ମୋହନ ନାୟକଙ୍କ ଜାମିନ ନାମାଞ୍ଜୁର କରିବାକୁ ଦାବି କରିଥିଲେ । ମୋହନ ନାୟକଙ୍କୁ ଦିଆଯାଇଥିବା ଜାମିନକୁ ବାତିଲ କରିବା ପାଇଁ କବିତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅଭିଯୁକ୍ତ ମୋହନ ନାୟକ ଗତ ଡିସେମ୍ବର ୭ରେ କର୍ଣ୍ଣାଟକ ହାଇକୋର୍ଟରୁ ଜାମିନ ପାଇଥିଲେ ।
୨୦୧୭ ସେପ୍ଟେମ୍ବର ୫ରେ ବେଙ୍ଗାଲୁରୁରେ ଗୌରୀ ଲଙ୍କେଶ ରହୁଥିବା ଘର ବାହାରେ ତାଙ୍କୁ ଗୁଳି ଚଳାଇ ହତ୍ୟା କରାଯାଇଥିଲା । ଏହି ମାମଲାରେ ପୁଲିସ ୧୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories