www.samajalive.in
Saturday, December 6, 2025
16.1 C
Bhubaneswar

୨୪ ବର୍ଷ ପରେ ଗୋଟିଏ ମଞ୍ଚରେ ମୁଲାୟମ-ମାୟାବତୀ

ମୈନପୁରୀ : ଉତ୍ତରପ୍ରଦେଶରେ ଦୀର୍ଘ ୨୪ ବର୍ଷ ପରେ ସମାଜବାଦୀ ପାର୍ଟି (ଏସ୍‍ପି)ର ପୂର୍ବତନ ଅଧ୍ୟକ୍ଷ ମୁଲାୟମ ସିଂହ ଯାଦବ ଏବଂ ବହୁଜନ ସମାଜ ପାର୍ଟି (ବିଏସ୍‍ପି) ଅଧ୍ୟକ୍ଷା ମାୟାବତୀଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି। ମୈନପୁରୀରେ ଶୁକ୍ରବାର ଦୁଇ ଦଳର ମିଳିତ ର‍୍ୟାଲିରେ ମାୟାବତୀ ମୁଲାୟମ ସିଂହଙ୍କ ପାଇଁ ପ୍ରଚାର କରିଛନ୍ତି। ନିର୍ବାଚନୀ ପ୍ରଚାର ସଭାରେ ମାୟାବତୀ କହିଛନ୍ତି ଯେ ମୁଲାୟମ ସିଂ ଅସଲି ଏବଂ ବାସ୍ତବିକ ଅଟନ୍ତି। ସେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଳି ନକଲି ନୁହନ୍ତି। ତେଣୁ ଆପଣ ମୁଲାୟମଙ୍କୁ ମୈନପୁର ଲୋକସଭା ଆସନରେ ରେକର୍ଡ ସଂଖ୍ୟକ ଭୋଟରେ ଜିତାନ୍ତୁ।
ର‍୍ୟାଲିରେ ମୁଲାୟମ ସିଂହ ମାୟାବତୀଙ୍କୁ ଧନ୍ୟବାଦ ଜଣାଇଥିଲେ। ମୁଲାୟମ କହିଥିଲେ ଯେ ବହୁଦିନ ପରେ ସାଥିରେ ଆସିଥିବାରୁ ମାୟାବତୀଙ୍କୁ ଅଭିନନ୍ଦନ ଜଣାଉଛି। ମାୟାବତୀଙ୍କୁ ସ୍ୱାଗତ ଓ ଆଦର କରୁଛି। ମୋ ସମର୍ଥନରେ ମାୟାବତୀ ଏଠାକୁ ଆସିଥିବାରୁ ମୁଁ ଖୁସି। ମାୟାବତୀଙ୍କ ସହଯୋଗ କେବେ ବି ଭୁଲିବି ନାହିଁ।
ସେହିପରି ମାୟାବତୀ ମୁଲାୟମଙ୍କ ପ୍ରଶଂସା କରିଥିଲେ। ମାୟାବତୀ ‘ଜୟ ଭୀମ, ଜୟ ଭାରତ ଏବଂ ଜୟ ଲୋହିଆ’ ସହ ନିଜ ଭାଷଣ ଶେଷ କରିଥିଲେ।
ଏହି ସଭାରେ ଏସ୍‍ପି ଅଧ୍ୟକ୍ଷ ଅଖିଳେଶ ସିଂହ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଥିଲେ। ଅଖିଳେଶ କହିଥିଲେ ଯେ ଚୌକିଦାରର ଚୌକି ଛଡ଼ାଇ ଆଣିବାର ସମୟ ଆସିଛି। ମୋଦୀ କେବଳ କାଗଜରେ ପଛୁଆ ବର୍ଗ ଓ ଆମେ ଜନ୍ମରୁ ପଛୁଆ ବର୍ଗ ଅଛୁ। ସେ ନୂଆ ଭାରତ ଗଢିବାର କଥା କହୁଛନ୍ତି ଓ ଆମେ ନୂଆ ପ୍ରଧାନମନ୍ତ୍ରୀ ଆଣିବାକୁ କହୁଛୁ।
ମେଣ୍ଟର ଏହି ଜନସଭାରେ ମୁଲାୟମ, ମାୟାବତୀ, ଅଖିଳେଶଙ୍କ ସମେତ ଏସ୍‍ପି ଏବଂ ବିଏସ୍‍ପିର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।
ପ୍ରକାଶଯୋଗ୍ୟ ଯେ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର ୮୦ ଆସନ ପାଇଁ ୭ଟି ପ୍ରର୍ଯ୍ୟାୟରେ ମତଦାନ ହେଉଛି। ମେଣ୍ଟ ଅନୁସାରେ ବିଏସ୍‍ପି ୩୮ଟି, ଏସ୍‍ପି ୩୭ଟି ଏବଂ ଆରଏଲଡି ୩ଟି ଲୋକସଭା ଆସନରେ ନିର୍ବାଚନ ଲଢୁଛନ୍ତି। ତେବେ ଅପ୍ରେଲ ୨୦ରେ ରାମପୁର ଏବଂ ଫିରୋଜାବାଦ, ଅପ୍ରେଲ ୨୫ରେ କନୌଜ, ମଇ ୧ରେ ଆଜମଗଡ଼, ମଇ ୧୩ରେ ଗୋରଖପୁର ଲୋକସଭା ଆସନ ପାଇଁ ଏସ୍‍ପି-ବିଏସ୍‍ପି-ଆରଏଲଡି ମେଣ୍ଟ ପକ୍ଷରୁ ନିର୍ବାଚନୀ ର‍୍ୟାଲି ହେବ। ମେଣ୍ଟର ଶେଷ ର‍୍ୟାଲି ମଇ ୧୬ରେ ବାରାଣାସୀରେ ହେବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories