ଏହି ଉପାୟରେ ଜାଣନ୍ତୁ ସିଲିଣ୍ଡରରେ ଅଛି କେତେ ଗ୍ୟାସ୍ ?

0

ଗୃହିଣୀମାନେ ଦୈନନ୍ଦିନ ରୋଷେଇ ଆରମ୍ଭ କରିବା ପୂର୍ବରୁ ଇନ୍ଧନ ଅଛି କିମ୍ବା ନାହିଁ, ସେ ନେଇ ପ୍ରାୟ ଚିନ୍ତିତ ରୁହନ୍ତି। ତେବେ ସିଲିଣ୍ଡରରେ ଇନ୍ଧନ ଆଉ କେତେ ଅଛି, ତାହା ଜାଣିବାର ସରଳ ଉପାୟ ଦିଲ୍ଲୀର ଏକ ସଂସ୍ଥା ୟୁ-ଟ୍ୟୁବ୍ ସହାୟତାରେ ଭାରତୀୟ ମହିଳାଙ୍କୁ ଅଗବତ କରାଇଛନ୍ତି। ଖୁବ୍ ସାବଧାନତା ଓ ସତର୍କତାର ସହ ଏହି ଉପାୟ ଅବଲମ୍ବନ କରିବାକୁ ସଂସ୍ଥା ମୁଖ୍ୟ ପରାମର୍ଶ ଦେଇଛନ୍ତି। ରୋଷେଇ କାମ ଶେଷ ପରେ ଏକ କପଡ଼ାକୁ ଭଲଭାବେ ଓଦା କରି ଚିପୁଡ଼ି ନେବେ। ସେଥିରେ ଗ୍ୟାସ୍‌ ସିଲିଣ୍ଡରକୁ ଭଲଭାବେ ପୋଛିିନିଅନ୍ତୁ। ପୋଛିବା ସମୟରେ ଧ୍ୟାନରେ ରଖିବେ, ଯେପରି ସିଲିଣ୍ଡରର ବାହାର ଭାଗ କିଛି ସମୟ ପାଇଁ ଓଦା ରହିବ। ଏହା ପରେ ଦେଖିବେ କିଛି ଅଂଶ ତୁରନ୍ତ ଶୁଖିଯିବ ଓ ଅନ୍ୟ ଭାଗ ସାମାନ୍ୟ ଓଦା ରହିବ। ଓଦା ଥିବା ଅଂଶ ମଧ୍ୟ କିଛି ସମୟ ପରେ ଶୁଖିଯିବ। ତେବେ ଜାଣିରଖନ୍ତୁ ଯେ, ଓଦା ଥିବା ଅଂଶରେ ହିଁ ଗ୍ୟାସ୍ ଭର୍ତ୍ତି ହୋଇଅଛି। ଏବେ ସିଲିଣ୍ଡର ଲଗାଇବାର କିଛିଦିନ ପରେ ନିଜ ଘରେ ହିଁ ପରୀକ୍ଷା କରି ଜାଣିପାରିବେ ସିଲିଣ୍ଡରରେ ଆଉ କେତେ ପରିମାଣର ଇନ୍ଧନ ଅଛି ।

 

 

Leave A Reply