www.samajalive.in
Saturday, December 6, 2025
19.1 C
Bhubaneswar

ପୋଷାକ ଦୋକାନରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷ ଲକ୍ଷ ଟଙ୍କାର ଜିନିଷ ପୋଡି ପାଉଁଷ

ଦିଲ୍ଲୀ: ଏକ ପୋଷାକ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ରବିବାର ଉତ୍ତର-ପୂର୍ବ ଦିଲ୍ଲୀର ଶାହାଦରା ଅଂଚଳରେ ଥିବା ପୋଷାକ ଦୋକାନରେ ହଠାତ ନିଆଁ ଲାଗିଯାଇଥିଲା । ନିଆଁରେ ପୋଡି ହୋଇ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡରେ କେହି ଆହତ ହୋଇଥିବାର ସୂଚନା ମିଳିନଥିବା ଦିଲ୍ଲୀ ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ଯେ ରବିବାର ରାତି ୯ଟାରେ ଶାହାଦରାର ଗାନ୍ଧୀନଗର ଅଂଚଳରେ ଥିବା ଏକ ପୋଷାକ ଦୋକାନରେ ନିଆଁ ଲାଗିଥିବା ଖବର ମିଳିଥିଲା । ପରେ ଘଟଣାସ୍ଥଳକୁ ୮ଟି ଦମକଳ ଗାଡି ପଠାଯାଇଥିଲା । ବହୁ ପ୍ରୟାସ ପରେ ନିଆଁକୁ ଆୟତ କରାଯାଇଥିଲା ।

ସ୍ୱଭାଗ୍ୟ ବଶତଃ ଏହି ଅଗ୍ନିକାଣ୍ଡରେ କୌଣସି ଜୀବନ ହାନି ହୋଇନାହିଁ । ଦୋକାନର ମାଲିକ ମୁକେଶ ଜେନା କହିଛନ୍ତି ଯେ ରବିବାର ସନ୍ଧ୍ୟା ୭ଟାରେ ଦୋକାନ ବନ୍ଦ କରି ଘରକୁ ପଳାଇଥିଲେ । ୮ଟା ୪୫ରେ ଦୋକାନରେ ନିଆଁ ଲାଗିଥିବା ଖବର ପାଇଥିଲେ । ପରେ ସେ ପୁଲିସ ଏବଂ ଦମକଳ ଟିମକୁ ଖବର ଦେଇ ଘଟଣାସ୍ଥଳରେ ପହଂଚିଥିଲେ । ସେ କହିଛନ୍ତି ଯେ ଅଗ୍ନିକାଣ୍ଡରେ ତାଙ୍କର ଲକ୍ଷ ଲକ୍ଷ ଟଙ୍କାର ସମଗ୍ରୀ ପୋଡି ପାଉଁସ ହୋଇଯାଇଛି ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories