ଟ୍ରକ ସହ ୧୩୬୫ କେଜି ଗଞ୍ଜେଇ ଜବତ, ୨ ଗିରଫ

ପଦ୍ମପୁର : ରାୟଗଡା ଜିଲ୍ଲା ପଦ୍ମପୁର ପୋଲିସକୁ ପୁଣି ମିଳିଛି ସଫଳତା। ବିହାରକୁ ବେଆଇନ ଗଞ୍ଜେଇ ଚୋରା ଚାଲାଣବେଳେ ମାଡ଼ି ବସିଲା କେନ୍ଦୁଗୁଡା ଫାଣ୍ଡି ପୋଲିସ। ପୋଲିସ ସୂଚନା ଅନୁଯାୟୀ କୌଣସି ସୁତ୍ରରୁ ଖବର ପାଇ ପଦ୍ମପୁର ଥାନା ଆଇଆଇସି ରଞ୍ଜନ କୁମାର ମାଝୀଙ୍କ ନେତୃତ୍ଵରେ ଏକ ଟିମ୍ କେନ୍ଦୁଗୁଡା ଫାଣ୍ଡି ନିକଟରେ ଗାଡ଼ି ଯାଞ୍ଚ କରିବା ସମୟରେ ଏକ ଟ୍ରକ ନମ୍ୱର ବିଆର ୦୧ ଜିଏଚ ୬୬୫୫ ଦ୍ରୁତ ଗତିରେ ଆସୁଥିଲା । ଗାଡ଼ିକୁ ଅଟକାଇ ଯାଞ୍ଚ କରିବା ସମୟରେ ୩୯ଟି ଜରି ଭର୍ତ୍ତି ଅଖାରେ ଗଞ୍ଜେଇ ଥିବା ଦେଖି ଅଧିକ ପଚାରା ଉଚରା କରାଯାଇଥିଲା । ପରେ ପଦ୍ମପୁର ଥାନାକୁ ଆଣି ଅଧିକ ପଚରା ଉଚରା ଜାରି କରିଥିଲା ପୁଲିସ। ତେବେ ଗଜପତି ଅଞ୍ଚଳର ଏକ ଜଙ୍ଗଲରୁ ଗଞ୍ଜେଇ ଆଣି ବିହାର ଚାଲାଣ ହେଉଥିବା ଜଣାପଡିଥିଲା । ସେମାନଙ୍କ ଠାରୁ ଦୁଇଟି ମୋବାଇଲ ଫୋନ୍, ଆଧାର କାର୍ଡ, ଡିଏଲ, ନଗଦ ୫ ଶହ ଟଙ୍କା ଜବତ କରିଛି ପୁଲିସ । ଏ ସଂକ୍ରାନ୍ତରେ ପଦ୍ମପୁର ଥାନାରେ ୩୨/୨୦୨୪ରେ ଏକ ଏନଡିପିଏସ ମାମଲା ରୁଜୁକରି ୨ ଜଣଙ୍କୁ ଗିରଫ କରାଯାଇଛି । ୨ ଅଭିଯୁକ୍ତ ହେଲେ ଶ୍ରଭନ ପାଳ ଓ ରାଜେନ୍ଦ୍ର ରାଉତ। ଉଭୟଙ୍କ ଘର ବିହାରର ପାଟଣା ଅଞ୍ଚଳରେ । ଗୁରୁବାର ରାତିରେ ୨ ଜଣକୁ କୋର୍ଟ ଚାଲାଣ କରାଯିବ ବୋଲି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବାବୁଲି ନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।

Comments are closed.