ଭବାନୀପାଟଣା : ବୋର୍ଡା ଫାଣ୍ଡି ଅନ୍ତର୍ଗତ ସାପସିଲେଟ ଗାଁରୁ ଆଜି ପୋଲିସର ଏକ ଟିମ ୬୦ କିଲୋ ଗଞ୍ଜେଇ ଜବତ କରି ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ସାପସିଲେଟ ଗାଁର ବିଜୟ ଛୁରା ବୋଲି ଜଣାପଡିଛି। ଏଥିସହିତ ବରଗାଁର ଜଣେ ବ୍ୟକ୍ତିଙ୍କ ଘରେ ଗଞ୍ଜେଇ ଥିବା ସନ୍ଦେହରେ ସିଲ କରାଯାଇଛି। ଏହି ଘଟଣାରେ ଦୁଇ ଜଣ ଫେରାର ଥିବା ଜଣାପଡିଛି। ସଦର ଏସଡିପିଓ ଆଜିଙ୍କ୍ୟ ମାନେଙ୍କ ନେତୃତ୍ୱରେ କେଗାଁ ଆଇଆଇସି ମୁକୁନ୍ଦ ନାଏକ, ବୋର୍ଡା ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ ପ୍ରମୁଖ ଚଢାଉରେ ସାମିଲ ହୋଇଥିଲେ।
Popular Categories



