www.samajalive.in
Saturday, December 13, 2025
27.1 C
Bhubaneswar

୨୦୨୩ ବର୍ଷ ପାଇଁ ରାଜ୍ୟପାଳ ପୁଲିସ ପଦକ ପାଇବେ ଗଞ୍ଜାମ ଏସପି ଜଗମୋହନ ମୀନା

ଛତ୍ରପୁର :  ୨୦୨୩ ବର୍ଷ ପାଇଁ ରାଜ୍ୟପାଳ ପୁଲିସ ପଦକ ଘୋଷଣା କରାଯାଇଛି।୨ ଜଣ ଆଇଜିଙ୍କ ସମେତ ୨୦ ଜଣ ପୁଲିସ କର୍ମଚାରୀ ସମ୍ମାନଜନକ ରାଜ୍ୟପାଳ ପଦକ ପାଇବେ।  ଆସନ୍ତା ସାଧାରଣତନ୍ତ୍ର ଦିବସ ଦିନ ଏହି ପୁରସ୍କାର  ପ୍ରଦାନ କରାଯିବ। କାଟାଗୋରି ୨ରେ ଗଞ୍ଜାମ ଏସପି ଜଗମୋହନ ମୀନା  ଏହି ପୁରସ୍କାର ପାଇବା ପାଇଁ ମନୋନୀତି ହୋଇଛନ୍ତି।
ଗଞ୍ଜାମ ପୋଲିସ ଜିଲାରେ ୮ ଜାନୁଆରୀ ୨୦୨୩ରେ ଯୋଗ ଦେବା ପରଠାରୁ ସର୍ବଦା ଗଞ୍ଜାମ ପୁଲିସ ଜିଲା ଭଲ ପ୍ରଦର୍ଶନ କରି ରାଜ୍ୟ ଓ ଦେଶରେ ସୁନାମ ଆଣିଛି। ଅପରାଧି ରୋକିବା, ଆଇନ ଶୃଙ୍ଖଳା ଆଦି କ୍ଷେତ୍ରରେ ଗଞ୍ଜାମ ଏସପିଙ୍କ କାର୍ଯ୍ୟଶୈଳି ଖୁବ ପ୍ରଶଂସନୀୟ ହୋଇଛି। ୨୦୨୩ ବର୍ଷରେ ପ୍ରଗତି ଡ୍ୟାସବୋର୍ଡ ମାର୍କିଂରେ ଗଞ୍ଜାମ ପୁଲିସ ଜିଲା ପ୍ରଥମ ସ୍ଥାନ ରହିଥିଲା। କ୍ରାଇମ୍ ଆଣ୍ଡ କ୍ରିମିନାଲ ଟ୍ରାକିଂ ନେଟୱାର୍କ ସିଷ୍ଟମ (ସିସିଟିଏନ୍‌ଏସ୍‌) ପଦ୍ଧତିରେ ଲୋକଙ୍କୁ ଉତ୍ତମ ସେବା ଯୋଗାଇବାରେ ଗଞ୍ଜାମ ପୁଲିସ ଜିଲା ରାଜ୍ୟରେ ପ୍ରଥମ ହୋଇପାରିଛି। ଲୋକଙ୍କୁ ଉତ୍ତମ ସେବା, ଉତ୍ତମ ବ୍ୟବହାର, ଥାନାକୁ ଆସୁଥିବା ମାମଲା ଗୁଡିକ ତୁରନ୍ତ ଫଇସାଲା ଆଦି ଉପରେ ଗୁରୁତ୍ୱ ଦିଆଯାଉଛି। ଆଗାମୀ ଦିନରେ ମଧ୍ୟ ଲୋକଙ୍କୁ ଉତ୍ତମ ସେବା ଯୋଗାଇବାରେ ଗଞ୍ଜାମ ପୁଲିସ ଜିଲା ସର୍ବଦା ତେଷ୍ଟିତ ବୋଲି ଗଞ୍ଜାମ ଏପି ଜଗମୋହନ ମୀନା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ରାଜ୍ୟପାଳ ପଦକ ପୁରସ୍କାର ଘୋଷଣା ପରେ ଗଞ୍ଜାମ ଏସପିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories