www.samajalive.in
Saturday, December 6, 2025
15.1 C
Bhubaneswar

ବଟେଶ୍ୱର ବାଲିଯାତ୍ରା ସମାପିତ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଂଚାୟତର କଣ୍ଟିଆ ଗଡ଼ ନିକଟସ୍ତ ପ୍ରସିଦ୍ଧ ଶୈବ ପୀଠରେ ଗତ ପାଞ୍ଚ ଦିନ ଧରି ଚାଲିଥିବା ବାଲି ଯାତ୍ରା ବୁଧବାର ଦିନ ଅପରାହ୍ନରେ ଶାନ୍ତି ଶୃଙ୍ଖଳାର ସହ ଉଦଯାପିତ ହୋଇଯାଇଛି ।  ଏହି ଅବସରରେ ପ୍ରବଳ ଜନ ସମାଗମ, ଉସôାହ, ଉଦ୍ଧିପନା ମଧ୍ୟରେ ସମାପିତ ହୋଇଛି । ଠାକୁରଙ୍କ ଦର୍ଶନ ସାଙ୍ଗକୁ, ପ୍ରାକୃତିକ ସୌନ୍ଦର୍ୟ୍ୟ ଉପଭୋଗ ପାଇଁ ବହୁ ପର୍ୟ୍ୟଟକ ଆସିଥିଲେ । ଅନ୍ୟ ପଟେ ସାଂସ୍କୃତିକ କାର୍ୟ୍ୟକ୍ରମ ସ୍ୱରୂପ ଏହି ପୀଠରେ ଚାରି ଦିନ ଧରି ଅପେରା ସୂର୍ୟ୍ୟ ମନ୍ଦିର ନାଟକ ପରିବେଷଣ କରିଥିଲେ।
ପୂର୍ଣ୍ଣମୀ ଦିନ ଶେଷରେ ମହାଭାରତ ନାଟକ ପରିବେଷଣ ହୋଇଥିଲା । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରୁ ବହୁ ଦର୍ଶକ ଏହି ନାଟକ ଦେଖିବାକୁ ଆସିଥିଲେ । ଏହି ଯାତ୍ରାକୁ ଛଅ ଖଣ୍ଡ ଗ୍ରାମ ଯଥା କଣ୍ଟିଆ ଗଡ଼, ନୀଳାଦ୍ରିପୁର, ଖଟୁଆ କୁଦା, ମୟୁର ପଦା, ପୋଡାମାପେଟା, ଗୋଖର କୁଦା ଗ୍ରାମର ପରିଚାଳନା କମିଟି ସମେତ ବଟେଶ୍ୱର କ୍ରିୟାନୁଷ୍ଠାନ କମିଟି ପ୍ରମୁଖ ପରିଚାଳନା କରିଥିଲେ । ଅଣ ଓସାରିଆ ରାସ୍ତାରେ ଯିବା ଆସିବା ଅସୁବିଧା ଯୋଗୁଁ ପର୍ୟ୍ୟଟକ ମାନେ ଅସୁବିଧାର ସମ୍ମୁଖୀନ ଲାଗି ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories