www.samajalive.in
Saturday, December 6, 2025
15.1 C
Bhubaneswar

ଓଡିଶା କୃଷକ ସଭା ଗଞ୍ଜାମ ବ୍ଲକ ସମ୍ମିଳନୀ ଉଦଯାପିତ

ଗଞ୍ଜାମ :  ଓଡିଶା କୃଷକ ସଭାର ଗଞ୍ଜାମ ଜିଲ୍ଲା ସମ୍ମିଳନୀ ପାଳିବିନ୍ଦ ପଂଚାୟତ ନୀଳାଦ୍ରି ପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । କୃଷକ ସଭା ପତାକାକୁ ଜିଲ୍ଲା ସଭାପତି ଗୋପାଳ କୃଷ୍ଣ ପାଣିଗ୍ରାହୀ ଉତୋଳନ କରିଥିଲେ। ସମ୍ମିଳନୀପରିଚାଳନା ପାଇଁ ଖଲି ସ୍ୱାଇଁ ଓ ଧର୍ମ ରାଜ ସ୍ୱାଇଁ ସଭାପତି ମଣ୍ଡଳୀ ଦ୍ଵାରା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଅଧିବେଶନକୁ ଜିଲ୍ଲା ସମ୍ପାଦକ ତଥା ରାଜ୍ୟ ଉପ ସଭାପତି ପି. ହରିକୃଷ୍ଣ ରେଡ୍ଡୀ ଉଦଘାଟନ କରିଥିଲେ । ରାଜ୍ୟ ଚାଷୀ ବିରୋଧୀ ନୀତି ସମ୍ପର୍କରେ ଆଲୋଚନା କରିବା ସହିତ ଏହି ନୀତି ବିରୁଦ୍ଧରେ ସଂଗଠନକୁ ପ୍ରସାର ଓ ସୃଦୁଢ କରି ବ୍ୟାପକ ଆନ୍ଦୋଳନ କରିବାକୁ ବକ୍ତବ୍ୟ ରଖିଥିଲେ। ବ୍ଲକର ବିଭିନ୍ନ ପଂଚାୟତ ରୁ ଆସିଥିବା ପ୍ରତିନିଧି ସାଥି ମାନେ କୃଷକ ସମସ୍ୟା ନେଇ ଆଲୋଚନା କରିଥିଲେ।
ସମ୍ମିଳନୀରେ ଶ୍ରମିକ ନେତା ପୂର୍ବତନ ସରପଞ୍ଚ ଦିଲ୍ଲୀପ ଛୋଟରାୟ ଓ ଦଳିତ ବିକାଶ ମଞ୍ଚର ରାଜ୍ୟ ଆବାହକ ରାମ ଚନ୍ଦ୍ର ନାୟକ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ସଭାପତି ଉଦଯାପନୀ ବକ୍ତବ୍ୟ ରଖି ଥିଲେ। ଏହି ସମ୍ମିଳନୀରେ ଅଞ୍ଚଳରେ ସବୁଜମିକୁ ଜଳସେଚନ, ପିଇବା ପାଣି, ଚାଷୀ ଫସଲର ଦର ,ଦଖଲ ଜମି ର ପଟ୍ଟା , ମୁଲିଆଙ୍କୁ ବର୍ଷ ସାରା କାମ ଓ ଉପଯୁକ୍ତ ମଜୁରୀ ଦେବା ଦାବୀ ନେଇ ଆନ୍ଦୋଳନ କରିବା ସହିତ ନଭେମ୍ବର ୫ ଓ ୬ଦୁଇ ଦିନ ଧରି ଖଣ୍ଡ ଦେଉଳି ଠାରେ ହେବାକୁ ଥିବା ଜିଲ୍ଲା ସମ୍ମିଳନୀକୁ ସଫଳ କରିବାକୁ ନିଷ୍ପତ୍ତି ହୋଇଥଲା। ଏକ ୧୮ଜଣିଆ କମିଟି ଗଠନ କରାଯାଇଥିଲା । ବୈରାଗୀ ବେହେରା ସମ୍ପାଦକ ,ଧର୍ମ ରାଜ ସ୍ୱାଇଁ ସଭାପତି ଓ ଗଦାଧର ରେଡ୍ଡୀ, ଦୁର୍ୟ୍ୟୋଧନ ସ୍ୱାଇଁ ଉପସଭାପତି ରୂପେ ନିର୍ବାଚିତ ହୋଇଥିଲେ। ଏଥିରେ ଖଲି ତରାଇ ଶିକ୍ଷା ବିତ୍ତ ଦଣ୍ଡପାଣି ମହାପାତ୍ର, ଉଲ୍ଲାସ ଜେନା , ଗଦାଧର ରେଡ୍ଡୀ , ଟଙ୍କିଆ ପ୍ରଧାନ , ଗୋବର୍ଧନ ପାହାନ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories