ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ବିଜେଡିର ଜୁଲି ପାତ୍ର ହେଲେ ଅଧ୍ୟକ୍ଷା ପ୍ରାର୍ଥୀ

ଗଞ୍ଜାମ: ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପୌର ନିର୍ବାଚନ ପାଇଁ ବିଜେଡି ଅଧକ୍ଷା ଓ କାଉନସିଲର ପ୍ରାର୍ଥୀଙ୍କ ନାମ ଶନିବାର ଘୋଷଣା ହୋଇଛି। ସ୍ଥାନୀୟ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଏନେଇ ଘୋଷଣା କରିଛନ୍ତି ସେଥି ମଧ୍ୟରେ ଗଞ୍ଜାମ ବିଜ୍ଞପିତ ଅଞ୍ଚଳ ପାଇଁ ଅଧ୍ୟକ୍ଷା ପ୍ରାର୍ଥୀ ଭାବେ ଝୁଲି ପାତ୍ରଙ୍କୁ ମନୋନୀତ କରାଯାଇଛି। ସେ ଗଞ୍ଜାମ ଏନଏସି ଯୁବ ସଭାପତି ସୁଧୀର କୁମାର ପାଢ଼ୀଙ୍କ ଭଉଣୀ ଅଟନ୍ତି।

ଏଥିସହିତ ୱାର୍ଡ ନ ଏକରେ ସୁରେନ୍ଦ୍ର କୁମାର ବାରିକି, ୨ରେ ରିତାଦେବୀ ମହାରଣା, ୱାର୍ଡ ନ ୩ରେ ରଇବାରି ଯାନୀ, ୱାର୍ଡ ନ ୪ରେ ସବିତା ବେହେରା, ୱାର୍ଡ ନ ୫ରେ ସଂଯୁକ୍ତା ଦାସ, ୱାର୍ଡ ୬ରେ ଦଣ୍ଡପାଣି ପରିଡା, ୱାର୍ଡ ନ ୭ରେ ପୁରୁଷୋତ୍ତମ ସାହୁ, ୱାର୍ଡ ନ ୮ରେ ମହାଲକ୍ଷ୍ମୀ ନାୟକ, ୱାର୍ଡ ନ ୯ରେ ସ୍ୱାଗତ ଆଶିଷ ନାୟକ, ୱାର୍ଡ ନ ୧୦ରେ ସୁଜାତା କୁମାରୀ ମହାନ୍ତି, ୱାର୍ଡ ନ ୧୧ରେ ପି ମୋହନ ରେଡି, ଏବଂ ୱାର୍ଡ ନ ୧୨ରେ ପି ଚନ୍ଦ୍ର ଶେଖର ପ୍ରମୁଖ ବିଜେଡି କାଉନସିଲର ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତିl ସୂଚନାଯୋଗ୍ୟ ଯେ ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଚାରି ଦିନ ବିତିଯାଇଥିଲେ ମଧ୍ୟ କେହି ହେଲେ ପାର୍ଥୀ ପତ୍ର ଦାଖଲ କରିନାହାନ୍ତି।

Comments are closed.