www.samajalive.in
Saturday, December 6, 2025
15.1 C
Bhubaneswar

ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ପୁଲୱାମା ସହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାସି ପଞ୍ଚାୟତ ତାରିଣୀ ପଲ୍ଲୀ ଗ୍ରାମରେ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ପୁଲୱାମା ସହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ପୁଲୱମାରେ ଘଟିଥିବା ଦୁର୍ଘଟଣାରେ ପ୍ରାଣବଳି ଦେଇଥିବା ଦେଶର ସମସ୍ତ ଯବାନଙ୍କ ପ୍ରତି ସାରା ଦେଶରେ ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଛି। ଆତଙ୍କବାଦୀ ଙ୍କ ଦ୍ଵାରା ରଚିତ ଘଟଣାକୁ ସାରା ବିଶ୍ବ ନିନ୍ଦା କରିଥିଲା। ଆଜି ମଧ୍ୟ ସେ ଘଟଣାକୁ ଭୁଲି ପାରିନାହାନ୍ତି ସାରା ଭାରତବାସୀ। ଯବାନଙ୍କ ବଳିଦାନକୁ ସାରା ଭାରତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଯବାନଙ୍କ ଉଦ୍ଧ୍ୱେଶରେ “ସହୀଦ ଯବାନ ଅମର ରହେ” ସ୍ଲୋଗାନ ଦେଇ ଅନୁଷ୍ଠାନ ସଦସ୍ୟ ହାତରେ ଦୀପ ଧରି ଗ୍ରାମ ପରିକ୍ରମା କରି ଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ୟୁ ଉପେନ୍ଦ୍ର ରେଡ଼ି, କାହ୍ନା ଗୌଡ, ଦୀପକ କୁମାର ଗୌଡ,ବି ଦେବାଶିଷ ରେଡ଼ି, ସନାତନ ମହାପାତ୍ର, ବି ଯୁଗଳ ରେଡ଼ି, ଆର୍ ଗଣେଶ ରେଡ଼ି, ଜଗନ୍ନାଥ ସେଠୀ, ଶୁଭମ୍ ଗୌଡ ଓ ଗୁଣ୍ଡିଚା ଗୌଡ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories