ମୁମ୍ବଇ : ଖିଲାଡି ବୟ ଅକ୍ଷୟ କୁମାରଙ୍କ ଆଗାମୀ ଚଳଚ୍ଚିତ୍ର ‘ବଚ୍ଚନ ପାଣ୍ଡେ’ର ନୂଆ ପୋଷ୍ଟର ସେୟାର କରିଛନ୍ତି। ଏହି ଚଳଚ୍ଚିତ୍ରଟି ମାର୍ଚ୍ଚରେ ପ୍ରେକ୍ଷାଳୟରେ ରିଲିଜ୍ ହେବା ପାଇଁ ପ୍ରସ୍ତୁତି ଚାଲିଛି। ଚଳଚ୍ଚିତ୍ରର ଟ୍ରେଲର ୧୮ ଫେବ୍ରୁଆରୀ ଅର୍ଥାତ ଶୁକ୍ରବାର ଦିନ ରିଲିଜ କରାଯିବ।
ଏହି ନୂଆ ପୋଷ୍ଟରରେ ଅକ୍ଷୟ ଭୟଭୀତ କରୁଥିବା ଗ୍ୟାଙ୍ଗଷ୍ଟର ରୂପରେ ନଜର ଆସିଛନ୍ତି। ଫଟୋର ଟ୍ୟାଗ୍ ଲାଇନରେ ଲେଖା ହୋଇଛି, ଆପଣ ମତେ ଗୁଣ୍ଡା ବୋଲି କହିପାରିବେ ନାହିଁ,ମୁଁ ଗଡଫାଦର। ବଚ୍ଚନ ପାଣ୍ଡେ ଆପଣଙ୍କୁ ଭୟଭୀତ କରିବ, ହସାଇବ,କନ୍ଦାଇବା ପାଇଁ ପ୍ରସ୍ତୁତ। ନିଜର ଭଲ ପାଇବା ନିଶ୍ଚୟ ଦିଅନ୍ତୁ।
ଚଳଚ୍ଚିତ୍ର ‘ବଚ୍ଚନ ପାଣ୍ଡେ’ ଏକ ଗ୍ୟାଙ୍ଗଷ୍ଟର, ବଚ୍ଚନ ପାଣ୍ଡେଙ୍କ କାହାଣୀ । ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଜଣେ ଗ୍ୟାଙ୍ଗଷ୍ଟର ଭୂମିକାରେ ଅଭିନୟ କରିଛନ୍ତି, ଯିଏ ଅଭିନେତା ହେବାକୁ ଇଚ୍ଛା କରନ୍ତି । ଚଳଚ୍ଚିତ୍ରର କ୍ରିତି ସାନନ୍ ଜଣେ ସାମ୍ବାଦିକ ଭୂମିକାରେ ଅଭିନୟ କରୁଛନ୍ତି, ଯିଏ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବାକୁ ଇଚ୍ଛା କରିଛନ୍ତି। ଏହି ଚଳଚ୍ଚିତ୍ରରେ ଅର୍ଶଦ ୱାର୍ସି, ପଙ୍କଜ ତ୍ରିପାଠୀ ଏବଂ ପ୍ରତୀକ ବାବର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।
ଏହି ଚଳଚ୍ଚିତ୍ରଟିକୁ ନିଶ୍ଚୟ କୁଟଣ୍ଡା ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଫରହାଦ୍ ସାମଜୀ। ପୂର୍ବରୁ ଏହା ଖ୍ରୀଷ୍ଟମାସ, ୨୦୨୦ ରେ ରିଲିଜ୍ ହେବାର ଥିଲା, କିନ୍ତୁ କରୋନା ମହାମାରୀ ହେତୁ ଏହାକୁ ସ୍ଥଗିତ ରଖାଯାଇଥିଲା।



