www.samajalive.in
Saturday, December 13, 2025
26.1 C
Bhubaneswar

ଭେଣ୍ଡିଂ ଜୋନ ପାଇଁ ସ୍ଥାନ ଚିହ୍ନଟ ହେଉଛି ବାରମ୍ବାର, କାର୍ଯ୍ୟକାରୀ କେବେ?

ଗଞ୍ଜାମ: ଗଞ୍ଜାମ ସହରରେ ଦୀର୍ଘ ଦିନ ହେଲା ଭେଣ୍ଡି ଜୋନ ନିର୍ମାଣ ପାଇଁ କାଗଜ କଲମରେ କେବଳ ଚେଷ୍ଟା ଚାଲିଛି। ତାହା କେବେ ବାସ୍ତବ କାମରେ ଲାଗିବ ତାହା କାହାରିକୁ ଜଣାନାହିଁ। ଫଳରେ ଏହି ସମସ୍ୟା ପାଇଁ ସହରରେ ଉଠା ଦୋକାନୀମାନେ ଘୋର ଅସୁବିଧା ସମ୍ମୁଖୀନ ହେଉଛନ୍ତି। ତାଙ୍କ କଥା ବୁଝିବାକୁ କେହିନାହିଁ। ଏନେଇ ଉଠା ଦୋକାନୀମାନେ ଓ ବଡ଼ ବଜାର ବଣିକ ସଙ୍ଘ ପକ୍ଷରୁ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ ଭେଣ୍ଡି ଜୋନ ନିର୍ମାଣ ହେଇପାରୁନାହିଁ। ଯାହା ଫଳରେ ଉକ୍ତ ବ୍ୟବସାୟୀ ମାନେ ଖରା, ବର୍ଷା, କାକରରେ ବସି ବିକ୍ରିବଟା କରୁଛନ୍ତି। ଯାହା ଫଳରେ ସେମାନଙ୍କୁ ଘୋର ଅସୁବିଧାରେ ରହିବାକୁ ପଡୁଛି।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ବିଭିନ୍ନ ସମୟରେ ଭେଣ୍ଡି ଜୋନ ପାଇଁ ସ୍ଥାନ ଚିହ୍ନଟ ହେଉଛି। ତାହା କାର୍ଯ୍ୟକାରୀ ହେଉନାହିଁ। ଏଥିପାଇଁ ଗତ କିଛି ଦିନ ତଳେ ପୁଣି ଗଞ୍ଜାମ ଏନଏସି ପକ୍ଷରୁ କାର୍ଯ୍ୟ ନିର୍ବାହୀ ଅଧିକାରୀ କନିଷ୍ଟ ଯନ୍ତ୍ରୀଙ୍କ ଉପସ୍ଥିତ ରେ ସ୍ଥାନ ଚି଼ହ୍ନଟ କରାଯାଇଛି। ସାନ ବଜାର ଶନି ମନ୍ଦିର ଓ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମ ସମୁଖରେ ଭେଣ୍ଡିଂ ଜୋନ ନିର୍ମାଣ ପାଇଁ ଦେଖା ହୋଇଥିଲା। ଗଞ୍ଜାମ ଏନଏସି ପକ୍ଷରୁ ଗତ କିଛି ବର୍ଷ ହେଲା ଏଭଳି ସ୍ଥାନ ଦେଖା ହେଉଛି କିନ୍ତୁ ପରବର୍ତୀ ସମୟରେ ତାହା କାର୍ଯ୍ୟକାରୀ ହେଉନି। ପ୍ରଶାସନିକ ଅଧିକାରୀଙ୍କ ନିଷ୍କ୍ରିୟତା ଯୋଗୁଁ କୌଣସି କାର୍ଯ୍ୟ ଏଠାରେ ହେଉନାହିଁ ବୋଲି ବ୍ୟବସୟୀମାନେ କହିଛନ୍ତି। ଏନଏସି ଇଓ ରୋନିତ କୁମାର ପ୍ରତିକ୍ରିୟାରେ କହିଛନ୍ତି ଯେ ଭେଣ୍ଡି ଜୋନ ନିର୍ମାଣ ପାଇଁ ଯୋଜନା ଚାଲିଛି ବୋଲି ସଫେଇ ଦେଇଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories