www.samajalive.in
Friday, December 12, 2025
15.1 C
Bhubaneswar

ସୀମାନ୍ତରେ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର, ନଦୀ ପାର ହୋଇ ଆନ୍ଧ୍ର ଯାଉଛନ୍ତି ଆଦିବାସୀ ଛାତ୍ରଛାତ୍ରୀ

ପାତ୍ରପୁର: ସରକାର ପ୍ରାଥମିକ ଶିକ୍ଷାକୁ ପ୍ରାଧାନ୍ୟ ଦେଇ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଛଅରୁ ଚଉଦ ବର୍ଷ ପିଲାଙ୍କ ପାଠ ପଢା ପାଇଁ ସର୍ବଶିକ୍ଷା ଅଭିଯାନ ପରେ ଶିକ୍ଷା ଆଇନ ପ୍ରଣୟନ କରିଛନ୍ତି। ତେବେ ବିଭିନ୍ନ କାରଣରୁ ପାତ୍ରପୁର ବ୍ଳକର ବହୁ ପିଲା ରାତି ପାହିଲେ ଆନ୍ଧ୍ରର ବିଭିନ୍ନ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଉଛନ୍ତି। ତେବେ ପାତ୍ରପୁର ବ୍ଳକର ଆନ୍ଧ୍ର ସୀମାନ୍ତ ପାହାଡ଼ ଘେରା ମଧ୍ୟରେ ଥିବା ତୁମ୍ବା ଏବଂ ବୁରାତାଲ ପଂଚାୟତର କେତେକ ଗ୍ରାମରେ ପିଲା ମାନେ ରାତି ପାହିଲେ ନଦୀ ପାର ହୋଇ ଆନ୍ଧ୍ରର ବିଦ୍ୟାଳୟକୁ ପାଠ ପଢିବାକୁ ଯାଉଥିବା ଦେଖିବାକୁ ମିଳିଛି। ଏହି ଦୁଇ ପଞ୍ଚାୟତର ଗୁଡିପଦର, (ଲିଆ ବାଲି) ବାତରା ସାହି ଏବଂ ଲାଇଡ। (ଜୟପୁର) ଗ୍ରାମରୁ ରାତି ପାହିଲେ କୋଡ଼ିଏରୁ ଅଧିକ ପିଲା ମହେନ୍ଦ୍ର ତନୟା ନଦୀ ପାର ହୋଇ ଆନ୍ଧ୍ରର ପୁରୁଣା ଗଡ଼ ସ୍କୁଲକୁ ଯାଉଛନ୍ତି। ଏହି ସବୁ ଗ୍ରାମର ପିଲାଙ୍କ ପ୍ରାଥମିକ ସ୍ତରରେ ପାଠ ପଢା ପାଇଁ ଗୁଡିପଦର ଗ୍ରାମ ଠାରେ ଝାଟି ମାଟିରେ ନିର୍ମିତ ବିଦ୍ୟାଳୟଟିଏ ରହିଛି।

ତେବେ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସହିତ ଆନ୍ଧ୍ରରେ ମିଳୁଥିବା ସୁବିଧା ଦେଖି ପିଲାଙ୍କୁ ଆନ୍ଧ୍ର ବିଦ୍ୟାଳୟରେ ଅଭିଭାବକ ମାନେ ନାମ ଲେଖାଉଛନ୍ତି। ଏହି ସବୁ ପିଲା ମାନେ ରାତି ପାହିଲେ ଖରା ବର୍ଷକୁ ଖାତିରି ନକରି ବିଦ୍ୟାଳୟକୁ ଯାଉଥିବା ବେଳେ ବର୍ଷା ଦିନରେ ରାସ୍ତାରେ ପଡ଼ୁଥିବା ମହେନ୍ଦ୍ର ତନୟା ନଦୀ ପାର ହେଉଛନ୍ତି। ପୂର୍ବରୁ ଏହି ତିନିଗୋଟି ଗ୍ରାମ ଦୁର୍ଗମ ପାହାଡ଼ ଉପରେ ରହିଥିଲା।ରି ଫଳରେ ଲୋକଙ୍କ ପାଖରେ ପାଣି ଠାରୁ ଆରମ୍ଭ କରି ବିଭିନ୍ନ ମୌଳିକ ସୁବିଧା ମିଳୁପାରୁ ନଥିଲା ତେବେ ପ୍ରଶାସନ ପକ୍ଷରୁ ଲୋକଙ୍କ ବିଭିନ୍ନ ସୁବିଧା ଯୋଗାଇ ଦେବା କହିବା ପରେ ଏହି ତିନି ଗ୍ରାମ ସହିତ ଅନ୍ୟ କେତେକ ଗ୍ରାମର ଲୋକମାନେ ପାହାଡ ତଳ ମହେନ୍ଦ୍ର ତନୟ। ନଦୀକୂଳରେ ପୂର୍ବ ନାମ ଅନୁଯାୟୀ ନୂତନ ବସତି ସ୍ଥାପନ କରି ରହୁଥିବା ବେଳେ ଓଡ଼ିଶା ପଟରେ ଗ୍ରାମକୁ ରାସ୍ତାଟିଏ ନାହିଁ। ଆନ୍ଧ୍ର ସରକାର ପ୍ରତିବର୍ଷ ଛୁଟି ପରେ ଆଗୁଆ ସ୍କୁଲ ଖୋଲିବା ସହ ବିଳମ୍ବରେ ଛୁଟି ଘୋଷଣା କରୁଛନ୍ତି।ନିୟମିତ ପିଲାଙ୍କୁ ଆଠ ପିରିୟଡ଼ ପଢ଼ାଉଛନ୍ତି। ପିଲାଙ୍କୁ ଆକର୍ଷିତ କରିବା ନିମନ୍ତେ ଜଗନ୍ନାନକିଟ ଏବଂ ଆମ୍ମା ବଡି ଯୋଜନାରେ ବିଭିନ୍ନ ସୁବିଧା ଯୋଗାଇବା ସହ ମାଣ୍ଡିଆରେ ସ୍ଵାଦିଷ୍ଟ ଖାଦ୍ୟ ପ୍ରଦାନ ପରେ ପିଲାମାନେ ଆନ୍ଧ୍ରକୁ ପାଠ ପଢିବା ପାଇଁ ଯାଉଛନ୍ତି।ଏହି ବ୍ଳକର ଜୟନ୍ତୀପୁର, ଗୁଡିପଦର, ତୁମ୍ବା, ବୁରାତାଲ, କେଶରୀ ପଡା, ପାତ୍ରପୁର, ବି ନୂଆଗାଁ, ଖମ୍ବରୀଗାଁ, ଗୁଣ୍ଡୁରା, ବରଙ୍ଗ ପ୍ରଭୁତି ପଂଚାୟତର ବିଭିନ୍ନ ଗ୍ରାମରୁ ସହସ୍ରାଧିକ ପିଲା ପ୍ରାଥମିକ ସ୍ତରରେ ପାଠ ପଢିବା ପାଇଁ ଆନ୍ଧ୍ରର ବିଭିନ୍ନ ବିଦ୍ୟାଳୟକୁ ଯାଉଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories