www.samajalive.in
Saturday, December 13, 2025
21.1 C
Bhubaneswar

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ପରିସର ଉପଡାକଘରୁ ଚୋରି ଉଦ୍ୟମ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଥିବା ଉପ ଡାକଘର ପରିସରରେ ଦୁର୍ବତ୍ତ ମାନେ ତାଲା ଭାଙ୍ଗି ଲୁଟ ଉଦ୍ୟମ କରିଥିବା ଜଣାପଡିଛି। ଦୀର୍ଘ ବର୍ଷ ହେଲା କ୍ୟାମ୍ପସ ପରିସରରେ ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ଡାକଘର ରହିଥିବା ବେଳେ ଏହି ପରି ଘଟଣା ପ୍ରଥମ ଥର ଘଟିଛି। ସୂଚନା ପ୍ରକାରେ ଗତକାଲି କର୍ମଚାରୀ ମାନେ ଚାବି ପକାଇ ଯାଇଥିବା ବେଳେ ଆଜି ସକାଳେ ପାର୍ସଲ ଗାଡ଼ି ଆସି ସେଠାରେ ପହଞ୍ଚିବା ପରେ ମୁଖ୍ୟ କବାଟ ଖୋଲା ଥିବା ଦେଖି ଦାୟିତ୍ୱରେ ଥିବା ପୋଷ୍ଟ ମାଷ୍ଟରଙ୍କୁ ଖବର ଦେଇଥିଲେ। ଖବର ପାଇଁ ପୋଷ୍ଟ ମାଷ୍ଟର ସେଠାରେ ପହଞ୍ଚି ଦେଖିବା ବେଳେ ମୁଖ୍ୟ ଫାଟକ ଓ ଦ୍ୱିତୀୟ ଫାଟକର ଦୁର୍ବତ୍ତ ମାନେ ତାଲା ଭାଙ୍ଗିଥିବା ସହ କାର୍ଯାଳୟ ପରିସରରେ ଥିବା ଲୁହା ଆଲମାରୀ କବାଟ ଖୋଲାଥିବା ସହ ସମସ୍ତ ଡ୍ର ଖୋଲାଥିବା ଏବଂ ନଥିପତ୍ର ଏଣେ ତେଣେ ପଡ଼ିଥିବା ଦେଖିଥିଲେ। ଏ ନେଇ ଭଞ୍ଜବିହାର ଫାଣ୍ଡିକୁ ଖବର ଦେଇଥିଲେ। ଖବର ପାଇଁ ଫାଣ୍ଡି ଅଧିକାରୀ ଏସ. ଶଙ୍କର ରାଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ବିଶ୍ଵବିଦ୍ୟାଳୟ ପରିସରରେ ଥିବା ସିସି ଟିଭି ଫୁଟେଜ ଯାଞ୍ଚ କରି ଫେରିଛନ୍ତି। ଏ ନେଇ ପୋଷ୍ଟ ମାଷ୍ଟର କୃଷ୍ଣମୂର୍ତ୍ତିଙ୍କ ସହ ଯୋଗାଯୋଗ ଦୁର୍ବତ୍ତ ମାନେ ତାଲା ଭାଙ୍ଗି ଥିବା ବେଳେ କିଛି ଚୋରି ହୋଇନଥିବା କହିଛନ୍ତି।

Hot this week

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories