ଜେଆରସିର ଜିଲ୍ଲା ସ୍ତରୀୟ ତିନି ଦିନିଆ ତାଲିମ ଶିବିର ଉଦଘାଟିତ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମର ଖଣ୍ଡଦେଉଳି ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଜେଆରସିର ତିନି ଦିନିଆ ତାଲିମ ଶିବିର ମଙ୍ଗଳବାର ଦିନ ଉଦଘାଟନ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତିଙ୍କ ଅଧ୍ୟକ୍ଷତାରେ ଏହି କାର୍ୟ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ଶିକ୍ଷା ବିଭାଗର ଏହି ଭଳି କାର୍ୟ୍ୟକ୍ରମ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଓ କାର୍ୟ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ନିଜର ମତବ୍ୟକ୍ତ କରିଥିଲେ । ମୁଖ୍ୟଵକ୍ତା ଭାବେ ଜେଆରସିର ରାଜ୍ୟ ସମ୍ବଳ ଅଧିକାରୀ ଦେବୀ ପ୍ରସାଦ ସାହୁ, ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ଡ଼ଃ ପ୍ରଭାତି ମହାପାତ୍ର,ପୁରୁଷୋତ୍ତମପୁର ବିଇଓ କିଶୋର ଚନ୍ଦ୍ର ବେହେରା, ,ଛତ୍ରପୁର ଏବିଇଓ ସୀତାରାମ ପାତ୍ର,ସ୍କୁଲ ପ୍ରତିଷ୍ଠାତା ଅଭିରାମ ବେହେରା,ସରପଞ୍ଚ ବୈରାଗୀ ବେହେରା,ଜିଲ୍ଲା କ୍ରୀଡା ନିରୀକ୍ଷକ ଭାଗିରଥି ସ୍ୱାଇଁ,ଏବିଇଓ ବିଜୟ ଚନ୍ଦ୍ର ବେହେରା, କ୍ୟୁଇନ ମିଶନ ହାଇସ୍କୁଲ ପ୍ରଶିକ୍ଷକ ହରେକୃଷ୍ଣ ପଣ୍ଡା, କ୍ୟାମ୍ପ ନିର୍ଦ୍ଦେଶକ ବିଜୟ କୁମାର ବେହେରା, ପ୍ରମୁଖ ମଞ୍ଚାସିନ ରହିଥିଲେ । ଶେଷରେ ସ୍କୁଲ ପ୍ରଧାନ ଶିକ୍ଷକ ଡ଼ଃ ଶଙ୍କର ନାରାୟଣ ବେଜ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିରକୁ ପରିଚାଳନା କରିଥିଲେ ହିମାଂଶୁ ପଟନାୟକ, ଲକ୍ଷ୍ମୀ ନାରାୟଣ ମହାରଣା, ଭିକାରୀ ଗୌଡ଼, ବିଜୟ ଚନ୍ଦ୍ର ମହାରଣା, ସୁରେନ୍ଦ୍ର ନାଥ ପଣ୍ଡା ପ୍ରମୁଖଙ୍କ ସମେତ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର କର୍ମଚାରୀ ମାନେ ଶିବିର ପରିଚାଳନା କରିଥିଲେ ।
ଜିଲ୍ଲାର ପ୍ରାୟ ବିଭିନ୍ନ ସ୍କୁଲର ପ୍ରାୟ ୨୫୦ ରୁ ଉର୍ଦ୍ଧ ଶିକ୍ଷୟିତ୍ରୀ/ଶିକ୍ଷକ ଏବଂ ଛାତ୍ରଛାତ୍ରୀ ତାଲିମ୍ ନେଉଛନ୍ତି । ଏହି ତାଲିମ୍ ଆସନ୍ତା ଗୁରୁବାର ଦିନ ସମ୍ପୂର୍ଣ ହେବ ବୋଲି ସ୍କୁଲ କତୃପକ୍ଷ ସୂଚନା ଦେଇଛନ୍ତି । ସନ୍ଧ୍ୟାରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ  କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Comments are closed.