www.samajalive.in
Saturday, December 6, 2025
26.1 C
Bhubaneswar

ଵିବାହିତ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ; ଲାଇନମ୍ୟାନ ଗିରଫ

ଗଞ୍ଜାମ : ରମ୍ଭା ଥାନା ଅନ୍ତର୍ଗତ ପୁରୁଣା ପୋଡ଼ମପେଟା ଗ୍ରାମରେ ଭଡାରେ ରହୁଥିବା ଜଣେ ଵିବାହିତା ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଗୁରୁବାର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ରମ୍ଭା ଥାନା ପୁଲିସ ମାମଲା ରୁଜୁ କରିବା ସହ ଦୁଷ୍କର୍ମକାରୀକୁ ଗିରଫ କରାଯାଇଥିବା ଥାନା ଅଧିକାରୀ ପି ସୁରୂପ କିଷାନ ସୂଚନା ଦେଇଛନ୍ତି। ଗିରଫ ବ୍ୟକ୍ତି ଜଣକ ଗଞ୍ଜାମ ଥାନା ଅନ୍ତର୍ଗତ ପୁରୁଣାବନ୍ଧ ଗ୍ରାମର ଲାଇନମ୍ୟାନ କୃଷ୍ଣ ଚନ୍ଦ୍ର ବେହେରା ବୋଲି ରମ୍ଭା ଥାନା ପୁଲିସ ପକ୍ଷରୁ କୁହାଯାଇଛି। ଅଭିଯୁକ୍ତ ଜଣକ ହୁମା ବିଦ୍ୟୁତ ସେକ୍ସନରେ କାର୍ଯ୍ୟରତ ବୋଲି ଜଣାପଡିଛି। ରମ୍ଭା ପୁଲିସର ସୂଚନା ଅନୁଯାୟୀ ସମୁଦ୍ରକୁ ଲାଗି ରହିଥିବା ପୁରୁଣା ପୋଡ଼ମପେଟା ଗ୍ରାମରେ ଭଡାରେ ରହୁଥିବା ମହିଳାଙ୍କୁ ଘରେ କେହି ନଥିବା ସୁଯୋଗ ନେଇ ଅଭିଯୁକ୍ତ ବ୍ୟକ୍ତି ଜଣକ ଦୁଷ୍କର୍ମ କରିଥିଲା। ପୂର୍ବରୁ ଉକ୍ତ ଯୁବକ ଏଟିଏମ ଲୁଟ ଘଟଣାରେ ଗିରଫ ହୋଇଥିଲା। ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି। ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ହୁମା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀ କହିଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories