www.samajalive.in
Saturday, December 6, 2025
14.1 C
Bhubaneswar

ମିଶନଶକ୍ତି ପକ୍ଷରୁ ମହିଳାଙ୍କୁ ଗାଈ ପ୍ରଦାନ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ଵାରା ପାଇଁ ମିଶନ ଶକ୍ତି ପକ୍ଷରୁ “ମିଶନ ସୁରଭି “ଯୋଜନାରେ ମହିଳା ମାନଙ୍କୁ ଗାଈ ପ୍ରଦାନ କରାଯାଇଛି। ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତର ଶତ୍ରୁସୋଲ ଗ୍ରାମରେଏହି ଯୋଜନାକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ଏହାର ଉଦଘାଟନ କରିଥିଲେ।
ଏହି କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ,ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ସିନ୍ଧେ ଦତାତ୍ରୟ ଭାଉସାହେବ,ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ,ବିଡ଼ିଓ ବିଶ୍ୱଜିତ ରାୟ,ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା,ସରପଞ୍ଚ ସସ୍ମିତା ବେହେରା,ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ,,ସିଡିପିଓ ସଲୀଳା ପ୍ରଧାନ,ବି ପି ଏମ୍ ଜଳନ୍ଧର ମହାରଣା,ବିବିସି ଚନ୍ଦନ କୁମାର ପାଢୀ,ଗ୍ରାମ୍ୟ ସଭାପତି ଆତ୍ରର୍ତ୍ତାଣ ପଲାଇ ପ୍ରମୁଖ ଉପସ୍ଥିତରହିଥିଲେ । ହିତାଧିକାରୀ ମାନଙ୍କୁ ଗୋଟିଏ ଗୋଟିଏ ଜର୍ସି ଗାଈ ପ୍ରଦାନ କରାଯାଇଥିଲା। ଗ୍ରାମରେ ୧୦ ଜଣ ମହିଳା ମାନଙ୍କୁ ଉଦଘାଟନୀ ଦିବସରେ ଗାଈ ପ୍ରଦାନ କରାଯାଇଥିବା ବେଳେ ଆଗାମି ଦିନରେ ବ୍ଲକର ବିଭିନ୍ନ ପଞ୍ଚାୟତରେ ମିଶନ ଶକ୍ତି ମହିଳା ଉପଭୋକ୍ତା ମାନଙ୍କୁ ୬ ଶହ ଗାଈ ଜର୍ସି ଗାଈ ପ୍ରଦାନ କରାଯିବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଉକ୍ତ କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମହିଳା ମାନେ ଉପସ୍ଥିତ ରହିଥିଲେ।
ମହିଳା ମାନଙ୍କୁ ଏପରି ଆତ୍ମନିର୍ଭରଶୀଳ ହେବା ପାଇଁ ଜିଲ୍ଲା ପ୍ରଶାସନର ଏପରି କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories