ଚେନ୍ନାଇ : ସାଧାରଣ ଜନତାଙ୍କ ଉପରେ ବିଭିନ୍ନ ଖାଦ୍ୟ ଜିନିଷ ତଥା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ବୃଦ୍ଧି ପରେ ଏବେ ପୁଣି ଆଉ ଏକ ମହଙ୍ଗା ମାଡ ହେବାକୁ ଯାଉଛି । ଆସନ୍ତ ମାସରେ ସିମେଣ୍ଟର ଦାମ୍ ରେ ବୃଦ୍ଧି ସର୍ବ ସାଧାରଣଙ୍କୁ ଏକ ବଡ ଝଟକା ଦେବ । ଇଣ୍ଡିଆ ସିମେଣ୍ଟ , ସିମେଣ୍ଟର ମୂଲ୍ୟରେ ୫୫ ଟଙ୍କା ବୃଦ୍ଧି କରିବା ପାଇଁ ଯୋଜନା କରିଛି । କମ୍ପାନୀ ଶୁକ୍ରବାର କହିଛି, ଏହି ବୃଦ୍ଧି ଏକାସହ ହେବ ନାହିଁ । ଇଣ୍ଡିଆ ସିମେଣ୍ଟର ଉପାଧ୍ୟକ୍ଷ ଏମଡି ଏନ ଶ୍ରୀନିବାସନ କହିଛନ୍ତି, ଏକ ଜୁନ୍ ରୁ ସିମେଣ୍ଟ ପ୍ରତି ବସ୍ତା ୨୦ଟଙ୍କା,୧୫ ଜୁନରେ ୧୫ଟଙ୍କା ଓ ଏକ ଜୁଲାଇରେ ୨୦ ଟଙ୍କା ବୃଦ୍ଧି କରାଯିବ ।
Popular Categories



