ଗଞ୍ଜାମ: ଗଞ୍ଜାମ ସହରରେ ଅବସ୍ଥିତ ଭାରତୀ ବିଦ୍ୟାପୀଠର ସମସ୍ତ ଭିତ୍ତିଭୂମି ସହ ଏକ ପୁରୁଣା ସ୍କୁଲ ହୋଇଥିଲେ ମଧ୍ୟ ଏହି ସ୍କୁଲରେ ଦୀର୍ଘ ଦିନ ହେଲା ଜଣେ ସ୍ଥାୟୀ ପ୍ରଧାନଶିକ୍ଷକଙ୍କୁ ସରକାର ପକ୍ଷରୁ ନିଯୁକ୍ତି ମିଳୁନାହିଁ। ଯାହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଉଛି। ଏପରିକି ସ୍କୁଲରୁ ଏନସିସିକୁ ଉଠାଇ ନିଅଯାଇଛି। ଯାହାକୁ ନେଇ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏନେଇ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯଇଥିଲେ ମଧ୍ୟ ଅଦ୍ୟାବଧି କିଛି ସୁଫଳ ମିଳିନାହିଁ। ଏହି ସ୍କୁଲର ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଦଶମରେ ୭୯ ଓ ନବମ ଶ୍ରେଣୀରେ ୧୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ରହିଛନ୍ତି।
Popular Categories



