www.samajalive.in
Monday, December 8, 2025
24.1 C
Bhubaneswar

ଦିଲ୍ଲୀରେ ଦୁଇ ଦୁଇଟି ସ୍ଥାନରେ ଅଗ୍ନିକାଣ୍ଡ: ଜଣେ ମୃତ, ଅନେକ ଆହତ

ନୂଆଦିଲ୍ଲୀ: ଦିଲ୍ଲୀର ଦୁଇଟି ଅଞ୍ଚଳରେ ଗୁରୁବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଦିଲ୍ଲୀ ବୱାନା ଶିଳ୍ପାଞ୍ଚଳର ଏକ କାରଖାନାରେ ଏବଂ ମୁସ୍ତଫାବାଦରେ ଅଗ୍ନିକାଣ୍ଡ ଘଟିଛି। ଦିଲ୍ଲୀ ଅଗ୍ନିଶମ ସେବା ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି, ଉଭୟ କାରଖାନା ଫାୟାର ଏନଓସି ନେଇନାହାନ୍ତି।

ସୂଚନା ଅନୁସାରେ, ଅକବରୀ ମସଜିଦ୍ ରୋଡ଼୍‌ ସ୍ଥିତ ଗଳି ନମ୍ବର ୨୩, ମୁସ୍ତଫାବାଦ ଅଞ୍ଚଳରେ ଆଜି ଦିନ ପ୍ରାୟ ୧୨ଟା ୧୮ ସମୟରେ ଏକ ବୈଦ୍ୟୁତିକ ଉପକରଣ ଉତ୍ପାଦନ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ ବିଭାଗର ଅନେକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅଗ୍ନିଶମ ବାହିନୀ ୭ଜଣଙ୍କୁ ଉଦ୍ଧାର କରିଥିଲେ ଓ ସେମାନଙ୍କ ମଧ୍ୟରେ ଚିକିତ୍ସା ସମୟ​‌ରେ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅନ୍ୟ ୫ ଜଣ ସାମାନ୍ୟ ଆହତ ହୋଇଛନ୍ତି ଓ ଜିଟିବି ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା କରାଯାଉଛି। ବର୍ତ୍ତମାନ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରାଯାଇଛି।

- Advertisement -

ବାୱାନା ଶିଳ୍ପାଞ୍ଚଳରେ ଅବସ୍ଥିତ ଏକ କାରଖାନାରେ ସକାଳ ପ୍ରାୟ ୧୧ଟା ୪୫ ସମୟରେ ଅଗ୍ନିକାଣ୍ଡ ଘଟିଥିଲା। ଦେଖୁ ଦେଖୁ ନିଆଁ ଏକ ଭୟଙ୍କର ରୂପ ନେଇଥିଲା ଏବଂ ନିଆଁକୁ ଆୟତ୍ତ କରିବା ପାଇଁ ୧୭ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ଏଠାରେ ନିଆଁ କେମିତି ଲାଗିଲା ଓ କ’ଣ କ୍ଷତି ଘଟିଛି ସେନେଇ ବର୍ତ୍ତମାନ ସୁଦ୍ଧା ସୂଚନା ମିଳିପାରି ନାହିଁ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories