ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ
ଗଞ୍ଜାମ : ଗଞ୍ଜାମ ବ୍ଲକ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ )ପକ୍ଷରୁ ରାଜ୍ୟ ବ୍ୟାପି ପେଟ୍ରୋଲ ଓ ଡିଜେଲ ଅତ୍ୟାବଶ୍ୟକ ଜିନିଷର ଦର ବୃଦ୍ଧି ବିରୁଦ୍ଧରେ ସନ୍ତୋଷ ପୁର ପେଟ୍ରୋଲ ପମ୍ପ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବାରମ୍ବାର ତୈଳ ଦର ବୃଦ୍ଧି ହେଉଛି ବୋଲି ସିପିଆଇ (ମ )ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟ ପି. ହରିକୃଷ୍ଣ ରେଡ୍ଡୀ ଓ ରାମଚନ୍ଦ୍ର ନାୟକ ବକ୍ତବ୍ୟ ଦେଇଥିଲେ। ଦର କମେଇବା ଦାବି ସହ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ କରିଥିଲେ । ଏଥିରେ ଜିଲ୍ଲା କମିଟି ସଭ୍ୟ ଖଲି ସ୍ୱାଇଁ , ଅଜୟ ଗୌଡ଼, ସରପଞ୍ଚ ବୈରାଗୀ ବେହେରା , ଖଲି ତରାଇ ସନ୍ତୋଷ ସ୍ୱାଇଁ, କୀର୍ତ୍ତନ ପରିଡା, ମଙ୍ଗୁ ଗୌଡ଼, ସନ୍ତୋଷ ଗୌଡ଼, ରବିଗୌ ଡ଼. ରାଜୀବ ଗୌଡ଼, ଦୁର୍ଯୋଧନ ସ୍ୱାଇଁ, ଦୀନବନ୍ଧୁ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଥିଲେ।
Comments are closed.